ବେତନଟୀ ରେଞ୍ଜକୁ ପଶିଲେ ୭୧ ଝାଡ଼ଖଣ୍ତୀ ହାତୀ

Advertisment
ବେତନଟୀ ରେଞ୍ଜକୁ ପଶିଲେ ୭୧ ଝାଡ଼ଖଣ୍ତୀ ହାତୀ

ବେତନଟୀ: ଆଜି ଭୋର୍‌ ସମୟରେ ବେତନଟୀ ରେଞ୍ଜର ବଡ଼ାମପୁର ବନପାଳ କ୍ଷେତ୍ର ପଶିଛନ୍ତି ୭୧ଟି ଝାଡଖଣ୍ତୀ ହାତୀ। ଏହି ପଲରେ ବିଶାଳ ଦନ୍ତା ହାତୀ, ବୟସ୍କ ମାଈ ଓ ଅଣ୍ତିରା ହାତୀ ସହିତ କିଛି ହାତୀ ଶାବକ ଥିବାର ଦେଖାଯାଇଛି। ହାତୀପଲ ଭୋର ସମୟରେ ବେଣାଶୋଳ ଜଙ୍ଗଲରେ ପଶିଥିଲେ। ପାଇଲଟ ଦନ୍ତାଗୁଡ଼ିକ ଜଙ୍ଗଲ ଚାରି ପାଖରେ ଜଗି ରହିଥିବା ବେଳେ ଅନ୍ୟ ହାତୀପଲ ଜଙ୍ଗଲର ମଧ୍ୟ ଭାଗରେ ବିଶ୍ରାମ ନେଇଥିଲେ। ଏହି ହାତୀପଲ ମୁଖ୍ୟତଃ ଖରାଟିଆ ଧାନ ଫସଲ ଓ ଖଜୁରୀ କନ୍ଦା ଖାଇବାକୁ ଆସିଥିବା କୁହାଯାଉଛି। ଏଥିସହ ଲୋକଙ୍କ ପାଳ ଜମିରେ ହୋଇଥିବା ପନିପରିବା, କଦଳୀ ଚାଷ ଉପରେ ହାତୀପଲଙ୍କ ନଜର ରହିଛି। ଏକକାଳୀନ ଏତେ ସଂଖ୍ୟାରେ ହାତୀ ପ୍ରବେଶ କରିବା ପରେ ଜଙ୍ଗଲ ପାଖ ଗାଁର ଲୋକ ଏବଂ ଖରାଟିଆ ଧାନଚାଷ କରିଥିବା ଚାଷୀ ପ୍ରମାଦ ଗଣିଲେଣି।

ଏଥିସହ ହାତୀପଲଙ୍କ ସୁରକ୍ଷା‌ ପାଇଁ ଆଜି ଦିନ ତମାମ ଘନଘନ ବିଜୁଳି କାଟ୍‌ ଲୋକଙ୍କୁ ଭାରି ବାଧୁଛି। ଏବେ ସାରା ଜିଲ୍ଲା‌ରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଦ୍ୟୁତ୍‌ କାଟ୍‌ ପାଇଁ ଲୋକେ ଗରମ ଗୁଳୁଗୁଳିରେ ଦହଗଞ୍ଜ ହେଉଛନ୍ତି। ଏପଟେ ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂଙ୍କ ନେତୃତ୍ବରେ ବନପାଳ ପିକେ ସିଂସାମନ୍ତ ଓ ବନ କର୍ମଚାରୀମାନେ ୫ଟି ଦଳରେ ବିଭକ୍ତ ହୋଇ ହାତୀପଲ ନିୟନ୍ତ୍ରଣ କରୁଥିବା ଜଣାପଡିଛି। ତେବେ ଜଙ୍ଗଲରେ ଏତେ ସଂଖ୍ୟାରେ ହାତୀଙ୍କ ପାଇଁ ଜଳଉତ୍ସ ନଥିବାରୁ ହାତୀପଲ ଜନବସତି ମୁହାଁ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe