୭୧% ଛାତ୍ରଛାତ୍ରୀ ଦେଲେ ଓଜେଇଇ, ପରୀକ୍ଷା କେନ୍ଦ୍ର ସମସ୍ୟା ନେଇ ପରୀକ୍ଷା ଦେଇପାରିନଥିବା ପରୀକ୍ଷାର୍ଥୀଙ୍କ ପାଇଁ ୨୨ରେ ସ୍ୱତନ୍ତ୍ର ସିଟିଂ

ଗୋଟିଏ ଦିନରେ ଦୁଇଟି ପ୍ରବେଶିକା ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ, ତାରିଖ ଘୁଞ୍ଚାଇବାକୁ ଦାବି

Janta Ka Reporter

ଭୁବନେଶ୍ୱର : ଓଜେଇଇ ପରୀକ୍ଷା କେନ୍ଦ୍ରକୁ ନେଇ କିଛି ପରୀକ୍ଷାର୍ଥୀଙ୍କର ସମସ୍ୟା ହୋଇଥିଲା। ଫର୍ମ ପୂରଣ ସମୟରେ ଛାତ୍ରଛାତ୍ରୀ ‌ଯେଉଁ ସହରରେ ପରୀକ୍ଷା ଦେବା ଲାଗି ଚଏସ୍‌ ଦେଇଥି‌ଲେ, ସେଠାରେ କେନ୍ଦ୍ର ମିଳି ନ ଥିଲା, ବରଂ ଦୂରରେ ଥିବା ସହରରେ ସେମାନଙ୍କ ପରୀକ୍ଷା କେନ୍ଦ୍ର ହୋଇଛି। ଏଭଳି ସମସ୍ୟା ନେଇ ସୋମବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଓଜେଇଇ କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଯେଉଁ ପରୀକ୍ଷାର୍ଥୀଙ୍କୁ ଚଏସ୍‌ ଅନୁଯାୟୀ ୩ଟି ସହରରେ ପରୀକ୍ଷା କେନ୍ଦ୍ର ମିଳିନାହିଁ, ସେମାନଙ୍କ ଲାଗି ଅକ୍ଟୋବର ୨୨ରେ ଅଲଗା ସିଟିଂରେ ପରୀକ୍ଷା କରାଯିବ। ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି ଡିପ୍ଲୋମା, ବି.ଟେକ୍‌, ବି.ଫାର୍ମା ବିଷୟର ଛାତ୍ରଛାତ୍ରୀ ଫର୍ମ ପୂରଣର ପସନ୍ଦ ଅନୁଯାୟୀ ସହରରେ ପରୀକ୍ଷା ଦେଇପାରିବେ। ଯେଉଁମାନଙ୍କର ଏଭଳି ସମସ୍ୟା ହୋଇଛି, ସେମାନେ odishajee@gmail.com ମାଧ୍ୟମରେ ଏବେ ଆଲଟ୍‌ ହୋଇଥିବା ସହରର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ନା ୨୨ ତାରିଖରେ ହେବାକୁ ଥିବା ସ୍ବତନ୍ତ୍ର ସିଟିଂରେ ଭାଗନେବେ ସେନେଇ ଜଣାଇବାକୁ କୁହାଯାଇଛି। ତେବେ ଓଜେଇଇ କର୍ତୃପକ୍ଷ ଯେଉଁମାନଙ୍କୁ ମେଲ୍‌ କରିଛନ୍ତି, ସେମା‌ନେ ହିଁ ଏହି ଅଲଗା ସିଟିଂରେ ଭାଗ ନେଇପାରିବେ।

ଅନ୍ୟପକ୍ଷରେ ଆଜିଠୁ ‌ଓଜେଇଇ ପରୀକ୍ଷା ଆରମ୍ଭ ହୋଇଛି। ଓଡ଼ିଶାର ୨୧ଟି ସହରର ୫୪ଟି ଏବଂ କୋଲକାତା, ରାଞ୍ଚି ଓ ପାଟଣା ସହରରେ ହୋଇଥିବା ୫ଟି ପରୀକ୍ଷା କେନ୍ଦ୍ରରେ ଏକା ସମୟ‌ରେ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ସୁରୁଖୁରରେ ପରୀକ୍ଷା ସରିଛି। ୧୦ ହଜାର ୭୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୭ହଜାର ୬୩୩ ତଥା ୭୧% ଉପସ୍ଥାନ ରହିଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe