ଉପନିର୍ବାଚନ ପାଇଁ ମତଦାନ ଶେଷ : ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱରରେ ୭୧ ପ୍ରତିଶତ ଓ ତିର୍ତ୍ତୋଲରେ ୬୯.୯% ମତଦାନ

Advertisment
ଉପନିର୍ବାଚନ ପାଇଁ ମତଦାନ ଶେଷ : ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱରରେ ୭୧ ପ୍ରତିଶତ ଓ ତିର୍ତ୍ତୋଲରେ ୬୯.୯% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ/ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଲାଗି ଆଜି ମତଦାନ ଶେଷ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ସନ୍ଧ୍ୟା ୬ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୭୦.୦୪ ପ୍ରତିଶତ ମତଦାନ‌ ହୋଇଛି। ଏହି ସମୟ ସୁଦ୍ଧା ବାଲେଶ୍ୱର ସଦରରେ ମତଦାନ ହାର ୭୧ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୬୯.୯ ପ୍ରତିଶତ ରହିଛି।

ସୂଚନା ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୬୮.୦୮ ପ୍ରତିଶତ ମତଦାନ‌ ହୋଇଥିଲା । ଏହି ସମୟ ସୁଦ୍ଧା ବାଲେଶ୍ୱର ସଦରରେ ମତଦାନ ହାର ୬୮.୧୯ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୬୭.୯୭ ପ୍ରତିଶତ ଥିଲା। ସେହିପରି ଅପରାହ୍ଣ ୩ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍ ୫୫.୦୪ ପ୍ରତିଶତ ମତଦାନ ହୋଇଥିଲା । ଏହି ସମୟ ସୁଦ୍ଧା ବାଲେଶ୍ବର ସଦରରେ ମତଦାନ ହାର ୫୪.୮୫ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୫୫.୨୩ ପ୍ରତିଶତ ଥିଲା। ସେହିପରି  ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୪୦.୫୧% ମତଦାନ ହୋଇଥିଲା। ଏଥିମଧ୍ୟରୁ ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮% ମତଦାନ ହୋଇଥିଲା।

ଦିନ ୩ଟା ସୁଦ୍ଧା ତିର୍ତ୍ତୋଲରେ ୫୫.୨୩ ପ୍ରତିଶତ ମତଦାନ ହୋଇଥିଲା।  ବିରିଡି ବ୍ଲକରେ ୩୬ ହଜାର ୩୨ ଜଣ ଅର୍ଥାତ ୫୩.୯୬ ପ୍ରତିଶତ, ରଘୁନାଥପୁର ବ୍ଳକରେ ୩୮ ହଜାର ୯୫୨ ଜଣ ଅର୍ଥାତ ୫୬.୯୯ ପ୍ରତିଶତ ଓ ତିର୍ତ୍ତୋଲ ବ୍ଲକରେ ୫୬ ହଜାର ୭୪ ଜଣ ଅର୍ଥାତ ୫୪.୮୯ ପ୍ରତିଶତ ଜନତା ଭୋଟ ଦେଇଥିଲେ। ସୂଚନାଯୋଗ୍ୟ, ପୂର୍ବାହ୍ନ ୧୧ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୨୬.୨୪ ପ୍ରତିଶତ ମତଦାନ ହୋଇଥିଲା। କେବଳ ତିର୍ତ୍ତୋଲରେ ୨୪.୯୩% ମତଦାନ ହୋଇଥିଲା। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୨୨.୯୩%, ରଘୁନାଥପୁର ବ୍ଲକରେ ୨୫.୬୩% ଓ ତିର୍ତ୍ତୋଲ ବ୍ଲକରେ ୨୫.୭୭% ମତଦାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe