ସମ୍ବଲପୁର ଜିଲ୍ଲାରେ ପୁଣି ୭୨ ଜଣ ପଜିଟିଭ୍‌ ଚିହ୍ନଟ, ମହାନଗରରେ ୬ ଶହ ପାର୍‌-ଷ୍ଟେସନପଡ଼ା ସ୍ଥିତି ଖରାପ

Advertisment
୧ ହଜାର ଛୁଇଁଲା ବାଲେଶ୍ବର, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

image source--long island press

ସମ୍ବଲପୁର: ବୁଧବାର ସମ୍ବଲପୁର ଜିଲ୍ଲାରେ ଆଉ ୭୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୩୫ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସମୟରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସମୟରେ ୩୯୩ ଜଣ ‌ଏବେ ବି ଚିକିତ୍ସାଧୀନ ରହିଛନ୍ତି। ବୁଧବାର ଘୋଷିତ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ସମ୍ବଲପୁର ମହାନଗର ନିଗମର ୬୭ ଜଣ ରହିଛନ୍ତି। ଏହାସହିତ ମହାନଗରରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ପାର୍‌ କରିଛି।

ବୁଧବାର ଘୋଷିତ ଆକ୍ରାନ୍ତଙ୍କ ମଧ୍ୟରେ ଷ୍ଟେସନପଡ଼ାର ୩୨ ଜଣ ରହିଥିବା ସମୟରେ ଅଇଁଠାପାଲିର ଜଣେ, ବଡ଼ବଜାର ଗିଙ୍ଗ୍‌ରାପଡ଼ାର ଜଣେ, ସୁନାରିପଡ଼ାରୁ ଜଣେ, ବରେଇପାଲି ବାଲାଜୀନଗରର ଜଣେ, ରେମେଡ ବିହାରୀପଡ଼ାର ୪ ଜଣ, ବୁଢ଼ାରଜା ଦାନୀପାଲିର ଜଣେ, ଦୁର୍ଗାପାଲିର ୬ ଜଣ, ଫାଟକ ଦେହେରୀପାଲିର ୨ ଜଣ, ଗୋବିନ୍ଦତୋଲାର ୩ ଜଣ, କାଳୀବାଡ଼ିର ୨ ଜଣ, କ୍ଷେତରାଜପୁରର ଜଣେ, ମିଲ୍‌ପଡ଼ାର ୩ ଜଣ, ରେଲୱେ କଲୋନିର ଜଣେ କୁଲୁଥକାନିର ଜଣେ, ଶାନ୍ତିନଗର ସାଈ ମନ୍ଦିର ନିକଟରୁ ଜଣେ, ରିଜର୍ଭ ପୁଲିସ୍‌ ଲାଇନ୍‌ରୁ ୪ ଜଣ, ବୁର୍ଲା ଶ୍ରୀରାମ ବିହାରରୁ ଜଣେ, ଜିଲ୍ଲାସ୍କୁଲ ଛକରୁ ଜଣେ ରହିଛନ୍ତି। ଏହାବାଦ୍‌ ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁରରୁ ଜଣେ, କୁଞ୍ଜମରାରୁ ଜଣେ, ଶିମିଳିପାଳରୁ ଜଣେ, ରେଢ଼ାଖୋଲ ବ୍ଲକ କଇଁଠସ‌ାହିରୁ ଜଣେ ଓ ରେଙ୍ଗାଲି ରେଲୱେ ‌ଷ୍ଟେସନରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି ୭୨ ଜଣଙ୍କ ମଧ୍ୟରୁ ୫୬ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣା ପଡ଼ିଥିବା ବେଳେ ୧୬ ଜଣ ‘ଡୋର୍‌ ଟୁ ଡୋର୍‌ ସର୍ଭେ’ରୁ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ କହାଯାଇଛି। ବୁଧବାରର ଆକ୍ରାନ୍ତଙ୍କୁ ମିଶାଇ ସମ୍ବଲପୁର ମହାନଗରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୩ରେ ପହଞ୍ଚିଛି। ଏବେ ମହାନଗରର ବିଭିନ୍ନ ବସ୍ତି ଅଞ୍ଚଳ ଅବସ୍ଥା ବିଗିଡ଼ିବାରେ ଲାଗିଛି। ବଡ଼ବଜାରର କୁଷ୍ଟାପଡ଼ା,ଅମରିପଡ଼ା ପରେ ଏବେ ସୁନାରୀପଡ଼ା ଓ ମିଲ୍‌ପଡ଼ାରେ କରୋନା ବ୍ୟାପିଛି। ଷ୍ଟେସନ୍‌ପଡ଼ାର ଘରେ ଘରେ ପଜିଟିଭ୍ ମାମଲା ସାମ୍ନାକୁ ଆସିଲାଣି। ବୁଧବାର ଷ୍ଟେସନପଡ଼ାରେ ପୁଣି ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୬ ଦିନ ମଧ୍ୟରେ ଅଞ୍ଚଳର ଆକ୍ରାନ୍ତ ସଂଖ୍ୟା ୧୨୮ରେ ପହଞ୍ଚିଛି। ଷ୍ଟେସନପଡ଼ାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଠାକାର ସ୍ଥିତି ନିୟନ୍ତ୍ରଣ ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe