ପ୍ରଥମ ପର୍ଯ୍ୟାୟରେ ୭୩.୭୬% ମତଦାନ

Advertisment

୨ ବୁଥ୍‌ରେ ସାନି ମତଦାନ ସୁପାରିସ

୨ ବୁଥ୍‌ରେ ସାନି ମତଦାନ ସୁପାରିସ

ପ୍ରଚାର ଶେଷ; ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ୩୫ ସାଂସଦ ପ୍ରାର୍ଥୀ ଓ ୨୪୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

NewsX

ଭୁବନେଶ୍ବର : ଗତକାଲି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି। ସବୁ ପୋଲିଂ ପାର୍ଟି ସୁରକ୍ଷିତ ଭାବେ ଫେରିଆସିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ମୋଟ ୭୩.୭୬% ମତଦାନ ହୋଇଛି। ମହିଳା ମତଦାତା ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି। ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଥିବାବେଳେ ବ୍ରହ୍ମପୁର ଲୋକସଭା ଓ ବିଧାନସଭା ନର୍ବାଚନ ମଣ୍ଡଳୀରେ ସବୁଠୁ କମ୍ ମତଦାନ ହୋଇଛି। ନବରଙ୍ଗପୁରରେ ୭୮.୮୯% ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ୬୫.୫୭% େଭାଟର ମତ ସାବ୍ୟସ୍ତ କରିଛ୍ତି। ତେବେ ଇଭିଏମ ମେସିନ୍ ଖରାପ ହେବାରୁ ବ୍ରହ୍ମପୁର ଓ ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ବୁଥରେ ସାନି ମତଦାନ ପାଇଁ ଭାରତ ନିର୍ବାଚନ କମିସନଙ୍କୁ ସୁପାରିସ କରାଯାଇଛି।

ଗୁରୁବାର କଳାହାଣ୍ଡି, େକାରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ଏବଂ ତା ସଂଲଗ୍ନ ବିଧାନସଭା ଆସନରେ େଭାଟଗ୍ରହଣ େହାଇଥିଲା। ଗତକାଲି ସିଇଓ ସନ୍ଧ୍ୟା ୫ଟା ସୁଦ୍ଧା ୬୬% ମତଦାନ େହାଇଥିବା ସୂଚନା ଦେଇଥିଲେ। ତେବେ ମତଦାନ ପ୍ରକ୍ରିୟା େଶଷ େହବା ପରେ େଯଉଁ ରିେପାର୍ଟ ଆସିଛି, େସଥିରୁ ଏଭଳି ସୂଚନା ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟ ପରେ ଆସନ୍ତା ୧୮ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe