ପୌର ନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୭୩ ଜଣ ପ୍ରାର୍ଥୀ

ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜି ରାଜ୍ୟର ୧୦୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଓ ପୌର ପାଳିକାରେ ଭୋଟ୍‌ ଗ୍ରହଣ ସରିଛି। ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ସୂଚନା ଅନୁସାରେ ପାଖାପାଖି ୬୫ ପ୍ରତିଶତ ଭୋଟ୍‌ ଗ୍ରହଣ ହୋଇଛି। ଏତଦ୍‌ ବ୍ୟତୀତ ଭୁବନେଶ୍ୱର ମହାନଗର ନିଗମରେ ୫୦ ପ୍ରତିଶତ, କଟକ ମହାନଗର ନିଗମରେ ୬୫ ପ୍ରତିଶତ ଓ ବ୍ରହ୍ମପୁର ମହାନଗର ନିଗମରେ ୪୭ ପ୍ରତିଶତ ମତଦାନ ହୋଇଛି।

ତେବେ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକା ପାଇଁ ପ୍ରାର୍ଥୀ ହୋଇଥିବା ୭୩ ଜଣ କାଉନସିଲର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏଥିରେ ବିଜେପିରୁ ଜଣେ, କଂଗ୍ରେସରୁ ଜଣେ, ବିଜେଡିରୁ ୬୯ ଜଣ ଓ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି।

ବାଲେଶ୍ୱର ପୌର ପାଳିକାର ୩୧ ନମ୍ବର ଓ୍ଵାର୍ଡରେ ବିଜେଡି, ବରଗଡ଼ ଜିଲ୍ଲା ପଦମପୁର ଏନ୍‌ଏସିର ୧ ନମ୍ବର ଓ୍ଵାର୍ଡରେ ବିଜେଡି, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ୧, ୧୩, ୬, ୭ ଓ ୮ ନମ୍ବର ଓ୍ଵାର୍ଡରେ ବିଜେଡି, ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସିର ୪, ୯, ୧୦ ଓ ୧୨ ଏବଂ ପାରଳାଖେମୁଣ୍ଡି ପୌର ପାଳିକାର ୧୦ ନମ୍ବର ଓ୍ଵାର୍ଡରେ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ସେହିଭଳି ଗଂଜାମ ଜିଲ୍ଲା ଆସିକା ଏନଏସିର ୫, ୧୭, ୧୮ ନମ୍ବର ଓ୍ଵାର୍ଡରେ ବିଜେଡି, ବେଲଗୁଣ୍ଠା ଏନଏସିର ୧, ୨, ୩, ୪, ୬, ୭, ୮, ୧୧ ଓ ୧୨ ନମ୍ବର ଓ୍ଵାର୍ଡରେ ବିଜେଡି, ଭଂଜନଗର ଏନଏସିର ୫, ୬, ୭, ୮, ୧୨ ଓ ୧୪ ନମ୍ବର ଓ୍ଵାର୍ଡରେ ବିଜେଡି, ବୁଗୁଡା ଏନଏସିର ୧୩, ଛତ୍ରପୁର ଏନଏସିର ୬, ଚିକିଟିର ୪, ୫, ୬, ୭ ଓ ୯ ନମ୍ବର ଓ୍ଵାର୍ଡରେ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମର ୧୫, ୩୨ ଓ ୩୫ ନମ୍ବର ଓ୍ଵାର୍ଡ, ଗଂଜାମ ଏନଏସିର ୩ ନମ୍ବର, ଗେପାଳପୁର ଏନଏସିର ୫ ନମ୍ବର, ହିଞ୍ଜିଳିକାଟୁ ପୌରପାଳିକାର ୫, ୬, ୭, ୮, ୧୩, ୧୭, ୧୯ ନମ୍ବର ଓ୍ଵାର୍ଡ, କବିସୂର୍ଯ୍ୟନଗର ଏନଏସିର ୫, ୧୭ ଓ କୋଦଳା ଏନଏସିର ୫ ନମ୍ବର ଓ୍ଵାର୍ଡରେ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରପାଳିକାର ୬ ଓ ୨୩, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନଏସିର ୧୩, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନଏସିର ୧୧ ବିଜେଡି ପ୍ରାଥ୍ରୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସିର ୮ ନମ୍ବର ଓ୍ଵାର୍ଡରେ ବିଜେପି ପ୍ରାର୍ଥୀ ଓ ବାଣପୁର ଏନଏସିର ୧୨ ନମ୍ବର ଓ୍ଵାର୍ଡରେ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ମୟୂରଭଂଜ ଜିଲ୍ଲା ବାରିପଦା ପୌର ପାଳିକାର ୪ ଓ ୮ ନମ୍ବର ଓ୍ଵାର୍ଡରେ ବିଜେଡି, ଉଦଳା ଏନଏସିର ୭ ନମ୍ବର ଓ୍ଵାର୍ଡରେ ବିଜେଡି, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନଏସିର ୧୨ ନମ୍ବର ଓ୍ଵାର୍ଡ, ନୟାଗଡ଼ ପୌର ପାଳିକାର ୫ ନମ୍ବର ଓ୍ଵାର୍ଡରେ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ନୂଆପଡ଼ା ଏନଏସିର ୧୩ ଓ ୧୪ ନମ୍ବର ଓ୍ଵାର୍ଡରେ ସ୍ୱାଧୀନ, କୋଣାର୍କ ଏନଏସିର ୧ ନମ୍ବର ଓ୍ଵାର୍ଡରେ କଂଗ୍ରେସ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପିପିଲି ଏନଏସିର ୧୪, ରାୟଗଡ଼ା ଜିଲ୍ଲା ଗୁଡ଼ାରି ଏନଏସିର ୯, ରାୟଗଡ଼ା ପୌରପାଳିକାର ୨, ବିନିକା ଏନଏସିର ୧, ୩ ଓ ୧୦ ନମ୍ବର ଓ୍ଵାର୍ଡରେ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe