ବାତ୍ୟା ଯୋଗୁଁ ପୂର୍ବତଟ ରେଳବାଇ ପକ୍ଷରୁ ୧୦୩ ଟ୍ରେନ୍‌ ବାତିଲ

Advertisment
ବାତ୍ୟା ‘ଫନି’ ପାଇଁ ପୂର୍ବତଟ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର ଜାରି

NDTV.com

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶାର ଭୂପୃଷ୍ଠକୁ ସ୍ପର୍ଶ କରିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ ୧୦୩ଟି ଟ୍ରେନ୍‌ ବାତିଲ କରାଯାଇଥିବା ସୂଚନା ମିଳିଛି। ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନ୍‌ ଗୁଡ଼ିକର ବାତିଲ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ବୁଧବାର ବିଦ୍ଧିବଧ ଭାବେ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୭୪ଟି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଆହୁରି ମଧ୍ୟ ଟ୍ରେନ୍‌ ବାତିଲ କରାଯାଇପାରେ।

ସୂଚନା ଅନୁସାରେ ଗୁରୁବାର ଠାରୁ ଭଦ୍ରକରୁ ବିଜୟନଗରମ୍‌କୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ। ସେହିଭଳି ଭୁବନେଶ୍ୱର ଓ ପୁରୀକୁ ଟ୍ରେନ୍‌ ଆସିବ ନାହିଁ। ହାଓ୍ଵଡା ଠାରୁ ପୁରୀ ମଧ୍ୟରେ ମେ’ ମାସ ୨ଠାରୁ ରାତ୍ରୀକାଳୀନ ଟ୍ରେନ୍‌ ବାତିଲ କରାଯାଇଛି। ସେହିଭଳି ମେ’ ମାସ ୩ରେ ପୁରୀ ଠାରୁ ଭୁବନେଶ୍ୱରରୁ ବାହାରୁଥିବା ଟ୍ରେନ୍‌ ବାତିଲ କରାଯାଇଛି। ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍‌ ବାତିଲ ହୋଇଛି।

ସୂଚନାଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ‘ଫନି’ ମେ’ ୩ ଅପରାହ୍ଣରେ ଓଡ଼ିଶା ଉପକୂଳ ଛୁଇଁପାରେ। ସ୍ଥଳ ଭାଗକୁ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୨୦୫ କିଲୋମିଟର ପବନ ବୋହିପାରେ। ତେଣୁ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନ୍‌ ଗୁଡ଼ିକ ବାତିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe