ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ର ୭୪ତମ ଅଧିବେଶନ: ୪୩୦୦ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ

Advertisment

ତୃଣମୂଳସ୍ତରରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସ୍ବାସ୍ଥ୍ୟକ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ଲାଗି ସରକାରୀ ଉଦ୍ୟମ ସହିତ ବେସରକାରୀ ଓ ବ୍ୟକ୍ତିଗତସ୍ତରରେ ମଧ୍ୟ ଉଦ୍ୟମ ଆବଶ୍ୟକ।

ତୃଣମୂଳସ୍ତରରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସ୍ବାସ୍ଥ୍ୟକ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ଲାଗି ସରକାରୀ ଉଦ୍ୟମ ସହିତ ବେସରକାରୀ ଓ ବ୍ୟକ୍ତିଗତସ୍ତରରେ ମଧ୍ୟ ଉଦ୍ୟମ ଆବଶ୍ୟକ।

gdgdgdg

କେନ୍ଦୁଝର: ତୃଣମୂଳସ୍ତରରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସ୍ବାସ୍ଥ୍ୟକ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ଲାଗି ସରକାରୀ ଉଦ୍ୟମ ସହିତ ବେସରକାରୀ ଓ ବ୍ୟକ୍ତିଗତସ୍ତରରେ ମଧ୍ୟ ଉଦ୍ୟମ ଆବଶ୍ୟକ। ମିଳିତ ଉଦ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର କେନ୍ଦୁଝର ଧରଣୀଧର ମେଡିକାଲ୍‌ କଲେଜ ସମ୍ମିଳନୀ କକ୍ଷରେ ଆୟୋଜିତ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ), ଓଡ଼ିଶା ଶାଖାର ୭୪ତମ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଡାକ୍ତରମାନେ ହେଉଛନ୍ତି ଜୀବନ ରକ୍ଷକ। ସାଧାରଣ ଲୋକେ ଡାକ୍ତରଙ୍କୁ ଦେବତୁଲ୍ୟ ସମ୍ମାନ କରିଥାନ୍ତି। ମଣିଷ ପାଖରେ ଧନ, ଯୌବନ, ସମ୍ମାନ ସବୁକିଛି ଥିଲେ ମଧ୍ୟ ଯଦି ସ୍ୱାସ୍ଥ୍ୟ ଠିକ୍ ନଥିବ, ତେବେ ଜୀବନରେ ଶାନ୍ତି ନାହିଁ। ସେଥିପାଇଁ ସାରା ବିଶ୍ବରେ ଡାକ୍ତରଙ୍କ ପ୍ରତି ସମ୍ମାନ ସବୁବେଳେ ରହିଛି ଓ ରହିଥିବ। କେନ୍ଦୁଝରର ଅନେକ ସ୍ଥାନ ରହିଛି, ଯେଉଁଠି ଦୁର୍ଘଟଣା ଘଟିଲେ ତୁରନ୍ତ ଚିକିତ୍ସାସେବା ମିଳିପାରେ ନାହିଁ। ତେଣୁ ମେଡିକାଲ୍‌ କଲେଜ ସହିତ ଏକ ଦୁର୍ଘଟଣା ଚିକିତ୍ସା କେନ୍ଦ୍ରର ଆବଶ୍ୟକତା ରହିଛି। ଯାହା ମୂଲ୍ୟବାନ ଜୀବନ ବଞ୍ଚାଇ ପାରିବ। କେନ୍ଦୁଝର ମେଡିକାଲ କଲେଜରେ ଏକ ଟ୍ରମା କେୟାର୍‌ ସେଣ୍ଟର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗତ ୮ମାସ ମଧ୍ୟରେ ୨୬ ହଜାର ୩୦୦ ସରକାରୀ ପଦବି ପୂରଣ କରାଯାଇଛି। ଡାକ୍ତର ପଦବି ମଧ୍ୟ ନିଶ୍ଚିତ ପୂରଣ ହେବ। ଓଡ଼ିଶାରେ ଅଧିକ ମେଡିକାଲ୍‌ କଲେଜ ଖୋଲାଯାଉଛି। ଗତକାଲି ଯାଜପୁରରେ ମହାରାଜା ଯଯାତି କେଶରୀ ମେଡିକାଲ୍‌ କଲେଜ ଓ ହସ୍ପିଟାଲ ଉଦ୍‍ଘାଟନ କରାଯାଇଛି। ନୂଆ ସରକାର ବିକାଶର ନୂଆ ଧାରା ଆରମ୍ଭ କରିଛନ୍ତି। ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବଜେଟ୍‌ରେ ସ୍ୱାସ୍ଥ୍ୟସେବା ପାଇଁ ୨୧ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ ଏବଂ ମୋଟ ବଜେଟର ୮ ପ୍ରତିଶତ। ସେହିପରି ଜାତୀୟ ସ୍ୱାସ୍ଥ୍ୟ ନୀତିରେ ମଧ୍ୟ ଅତି କମ୍‌ରେ ୮ ପ୍ରତିଶତ ଖର୍ଚ୍ଚ କରିବା ପାଇଁ ଅନୁମୋଦନ କରାଯାଇଛି। ୨୦୨୫-୨୬ ପାଇଁ ବଜେଟ୍‌ରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ।

୫ ବର୍ଷରେ ଓଡ଼ିଶାରେ ହେବ ୧୧ କ୍ୟାନ୍‌ସର ସେବାକେନ୍ଦ୍ର
କେନ୍ଦୁଝରରେ ପ୍ରତିଷ୍ଠା ହେବ ଟ୍ରମା କେୟାର୍‌ ସେଣ୍ଟର

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ରାଜ୍ୟରେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଇଛି। ଜନସାଧାରଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଦେଶର ପ୍ରାୟ ୨୯ ହଜାର ଅନୁବନ୍ଧିତ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ପାଇପାରିବେ। ଏହାଦ୍ବାରା କୋଟିଏରୁ ଅଧିକ ପରିବାର ଓ ୨୩ ଲକ୍ଷରୁ ଅଧିକ ବୟୋଜ୍ୟେଷ୍ଠ ବ୍ୟକ୍ତି ଉପକୃତ ହେବେ। ଏହାଛଡ଼ା ପ୍ରତି ପଞ୍ଚାୟତରେ ଗୋଟିଏ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ‌ନେଇଛନ୍ତି। କର୍କଟ ପରି ଭୟଙ୍କର ରୋଗର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଯୋଜନା ରହିଛି। କେମୋ ଥେରାପି, ଅଙ୍କୋ ସର୍ଜରି, ରେଡିଓ ଥେରାପି ଓ ପାଲିଏଟିଭ୍ କେୟାର  ଯୋଗାଇଦେବା ପାଇଁ ୫ ବର୍ଷ ମଧ୍ୟରେ ୧୧ଟି କ୍ୟାନ୍‌ସର ସେବାକେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିପାଇଁ ୧୦୪୬ କୋଟି ଟଙ୍କା ଖର୍ଚ୍ଚ ହେବ। ଉତ୍କର୍ଷ ଓଡ଼ିଶାରେ ପୂର୍ବ ରେକର୍ଡକୁ ଭାଙ୍ଗି ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପାଇଛୁ। ଏଥିରେ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟ, ଫାର୍ମା ଓ ବାୟୋ ଟେକ୍ନୋଲୋଜି କ୍ଷେତ୍ରରେ ୪୩୦୦ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ବଡ଼ ଲକ୍ଷ୍ୟ ହାସଲ କରିବା ପାଇଁ ଆମକୁ ସବୁ କ୍ଷେତ୍ରରେ ବିଶ୍ୱସ୍ତରୀୟ ହେବାକୁ ପଡ଼ିବ ବୋଲି ସେ କହିଥିଲେ। ଏହି ଅଧିବେଶନରେ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ର ରାଜ୍ୟ ସଭାପତି ଡା. ଶ୍ୟାମସୁନ୍ଦର ଖଣ୍ଡେଲୱାଲ, ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି, ଧରଣୀଧର ମେଡିକାଲ୍‌ କଲେଜର ଅଧ୍ୟକ୍ଷ ଓ ଡିନ୍ ପ୍ରଫେସର ଚିନ୍ମୟୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ଡାକ୍ତର ପ୍ରଭାତ କୁମାର ପଣ୍ଡା, ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର, ଡାକ୍ତର ସମ୍ରାଟ କର, ଡାକ୍ତର ଉମେଶ ସାହୁ, ଡାକ୍ତର ଅନିଲ କୁମାର ଦାଶ, ଡାକ୍ତର ମହେଶ ପ୍ରସାଦ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe