ଜେଲରୁ ମୁକୁଳିଲେଣି ୭୫ ବନ୍ଦୀ

Advertisment

ସର୍ବାଧିକ ୭ ବର୍ଷ ଦଣ୍ଡ ମାମଲାରେ ୧୨ଶହଙ୍କୁ ଅନ୍ତରୀଣ ଜାମିନରେ ଛାଡ଼ିବାକୁ ପ୍ରସ୍ତାବ

ସର୍ବାଧିକ ୭ ବର୍ଷ ଦଣ୍ଡ ମାମଲାରେ ୧୨ଶହଙ୍କୁ ଅନ୍ତରୀଣ ଜାମିନରେ ଛାଡ଼ିବାକୁ ପ୍ରସ୍ତାବ

ଜେଲରୁ ମୁକୁଳିଲେଣି ୭୫ ବନ୍ଦୀ

oneindia.com

କଟକ : ଉଚ୍ଚ କ୍ଷମତାସଂପନ୍ନ କମିଟି ଜାରି କରିଥିବା ନିୟମାବଳୀ ଅନୁସାରେ ଏପର୍ଯ୍ୟନ୍ତ ୭୫ଜଣ ବିଚାରାଧୀନ ବନ୍ଦୀଙ୍କୁ ଅନ୍ତରୀଣ ଜାମିନରେ ଜେଲରୁ ମୁକ୍ତ କରାଯାଇଛି। ୪୨ ଜଣ ବନ୍ଦୀ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିବାବେଳେ ୧୭୭ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ୧୧୨୯ଜଣ ବନ୍ଦୀଙ୍କୁ ସଂଗରୋଧ ୱାର୍ଡରେ ରଖାଯାଇଛି। ଅନ୍ୟପକ୍ଷରେ, ସର୍ବାଧିକ ୭ ବର୍ଷ ଦଣ୍ଡ ଭୋଗିଥିବା ୧୨୦୦ ଜଣ ବନ୍ଦୀଙ୍କୁ ଜାମିନରେ ଛାଡ଼ିବାକୁ ପ୍ରସ୍ତାବ ରହିଛି। ଆଜି ଅନୁଷ୍ଠିତ ଉଚ୍ଚକ୍ଷମତାସମ୍ପନ୍ନ ବୈଠକରୁ ଏହା ଜଣ‌ାପଡ଼ିଛି।

ହାଇକୋର୍ଟ ବିଚାରପତି, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧୢକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଟେଲିଫୋନ୍ ମାଧ୍ୟମରେ (ଟେଲିଫୋନିକ୍ କନଭରସେସନ୍)ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ଓ ଜେଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ।

ଜେଲ ଡିଜିଙ୍କ ପକ୍ଷରୁ କମିଟି ନିକଟରେ ଉପସ୍ଥାପନ କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୦, ଜାନୁଆରି ୧ରେ ରାଜ୍ୟର ବିଭିନ୍ନ ଜେଲରେ ୧୭୫୪୨ ବନ୍ଦୀ ଥିବାବେଳେ ଏହି ସଂଖ୍ୟା ୨୦୨୧, ମାର୍ଚ୍ଚ ୧ରେ ୧୯୪୧୬ରେ ପହଞ୍ଚିଥିଲା। ସର୍ବାଧିକ ଦଣ୍ଡ ୭ ବର୍ଷ ବା ତାଠାରୁ କମ୍ ଦଣ୍ଡ ଥିବା ମାମଲାରେ ଗିରଫ ହୋଇ ଜେଲରେ ଥିବା ପ୍ରାୟ ୧୨୦୦ ବିଚାରାଧୀନ ବନ୍ଦୀଙ୍କୁ ଜାମିନରେ ଛାଡ଼ିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଏଥିସହିତ ଭଲ ଟ୍ରାକ୍ ରେକର୍ଡ ଥିବା ତଥା ସମୟରେ ଜେଲକୁ ଫେରୁଥିବା ବନ୍ଦୀଙ୍କୁ ୩୦ ଦିନ ଫର୍ଲଗ ପ୍ରଦାନ ପ୍ରସଂଗ ବିଚାରକୁ ନେବାକୁ ଜେଲ ଡିଜି ପ୍ରସ୍ତାବ ଦେଇଥିଲେ। କମିଟି ବନ୍ଦୀମାନଙ୍କ ସୁରକ୍ଷା, ହାଇଜିନ, ଚିକିତ୍ସା ଓ ଟିକାକରଣ ଉପରେ ଗୁରୁତ୍ବ‌ାରୋପ କରିଛନ୍ତି। ଅନ୍ତରୀଣ ଜାମିନ ବା ପାରୋଲ ବା ଫର୍ଲଗ‌ ବା ସ୍ପେସାଲ ରେମିସନରେ ଛାଡ଼ ପାଇବା ପୂର୍ବରୁ ବନ୍ଦୀଙ୍କ ଉପଯୁକ୍ତ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସିଡିଏମ୍‌ଓ ଓ ଜେଲ ଡାକ୍ତର ସୁନିଶ୍ଚିତ ହେବେ।

ସୁପ୍ରିମକୋର୍ଟଙ୍କ ଅର୍ଣ୍ଣେସ କୁମାର ରାୟରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପାଳନ ଉପରେ କମିଟି ଅଧ୍ୟକ୍ଷ ଗୁରୁତ୍ବାରୋପ କରିଥିଲେ। ଜେଲରୁ ବାହାରୁଥିବା ବନ୍ଦୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାକୁ ପରିବହନ ବ୍ୟବସ୍ଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଓ ଏସ୍‌ପି କରିବେ ବୋଲି କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

୯୦ ଦିନିଆ ପାରୋଲରେ ଯିବେ ୪୫୦ କଏଦୀ
ଜେଲରେ ଥିବା ୪୫୦ ଜଣ କଏଦୀଙ୍କୁ ୯୦ ଦିନିଆ ପାରୋଲରେ ଯିବା ଲାଗି ଆଜି ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁମତି ଦିଆଯାଇଛି। ରାଜ୍ୟର ବିଭିନ୍ନ ଜେଲ୍‌ରୁ ଏହି କଏଦୀମାନେ ପାରୋଲରେ ଯିବେ ବୋଲି ଜଣାପଡ଼ିଛି। ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଦ୍ବାରା ଏହି ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ସେମାନେ ଜେଲ୍‌ରୁ ମୁକୁଳିବେ। କଏଦୀମାନେ ନିଜ ନିଜ ଘରକୁ ସର୍ତ୍ତ ଅନୁସାରେ ଯିବେ। ନିୟମିତ ବ୍ୟବଧାନରେ ସ୍ଥାନୀୟ ଥାନାରେ ହାଜିରା ପକାଇବେ। ପୂର୍ବରୁ ୧୪ ଦିନିଆ ପାରୋଲ ମଞ୍ଜୁର ହେଉଥିବା ବେଳେ ଏବେ କୋଭିଡ୍‌ ସଂକ୍ରମଣ ପାଇଁ ଏହାର ଅବଧି ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe