ଆକାଉଣ୍ଟ୍‌ ଯାଞ୍ଚ୍‌ ଆଳରେ ୭୫ହଜାର ଟଙ୍କା ଗାଏବ କରିଦେଲେ

Advertisment
ଅପରାଧ ତଦନ୍ତରେ ସାଇବର୍ ଓ ଫୋରେନସିକ୍‌ ବିଜ୍ଞାନର ଗୁରୁତ୍ବ

Sambad

ବାଲେଶ୍ବର: ଆମେ ବ୍ୟାଙ୍କରୁ କହୁଛୁ..ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି..ତୁରନ୍ତ ତାହା ରିସିଭ କରିନିଅନ୍ତୁ। ତା’ ପରେ ଅମୁକ ଅପସନ୍‌କୁ ଯାଅ ସମୁକ ଅପସନ୍‌କୁ ଯାଅ କହି ମାତ୍ର କେଇମିନିଟ୍‌ ଭିତରେ ଆକାଉଣ୍ଟ୍‌ ଫାଙ୍କା କରିଦେଲେ। ହଜାରେ ନୁହେଁ କି ଦୁଇହଜାର ପର୍ଯ୍ୟାୟ କ୍ରମରେ ଗାଏବ ହୋଇଗଲା ୭୫ହଜାର ଟଙ୍କା।

ବାଲେଶ୍ବର ଜିଲ୍ଲା ଔପଦା ଥାନା ଅଘିରାପଦା ଅଞ୍ଚଳରେ ଆଜି ଏଭଳି ଏକ ଅବିଶ୍ବନୀୟ ଘଟଣା ଘଟିଯାଇଛି। ଏହି ଗ୍ରାମର ଯଶବନ୍ତ ଜେନା ମୁମ୍ବାଇରେ ରହି କାମ କରନ୍ତି। ଆଜି ସକାଳ ସାଢ଼େ ୧୦ଟା ବେଳେ ତାଙ୍କ ନମ୍ବରକୁ ଏକ ଅଜଣାନମ୍ବରରୁ ଫୋନ୍‌ ଆସିବା ସହ ଫୋନ୍‌ କରିଥିବା ବ୍ୟକ୍ତିଜଣକ ଯଶବନ୍ତଙ୍କୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ତେବେ ଯଶବନ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା କହି ସମ୍ପୃକ୍ତ ବ୍ୟକ୍ତିଜଣକ ଆକାଉଣ୍ଟ ଯାଞ୍ଚ୍‌ ତାଙ୍କୁ କହିଥିଲେ।

ଯଶବନ୍ତ ନିଜ ମୋବାଇଲରେ ଆକାଉଣ୍ଟ ଯାଞ୍ଚ୍‌ ବେଳେ ସମ୍ପୃକ୍ତ ବ୍ୟକ୍ତିଜଣକ ତାଙ୍କୁ ବ୍ୟାଙ୍କ ପାସବହି, ଏଟିଏମ୍‌ ଏବଂ ଆଧାରକାର୍ଡ ଡିଟେଲ ମାଗିନେଇଥିଲେ। ଏହାପରେ ତାଙ୍କ ‌ଆକାଉଣ୍ଟ୍‌କୁ ଟଙ୍କା ଆସିବା ବଦଳରେ କିଛି ପ୍ରଥମେ ଅଳ୍ପକିଛି ଟଙ୍କା କଟିଯାଇଥିଲା। ଏହାପ‌େର ସମ୍ପୃକ୍ତ ବ୍ୟକ୍ତିଙ୍କ ଫୋନ୍‌ କଟିଯାଇଥିଲା। ତେବେ ଆଖିପିଛୁଳାକେ ମାତ୍ର ଅଧଘଣ୍ଟେ ଭିତରେ ଯଶବନ୍ତଙ୍କ ଆକାଉଣ୍ଟରେ ଥିବା ୭୫ହଜାର ଟଙ୍କା କୁଆଡ଼େ ଗାଏବ ହୋଇଯାଇଥିଲା। ଏନେଇ ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe