ନିଯୁକ୍ତିପତ୍ର ପାଇଲେ ୭୫୦ ଡାକ୍ତର

ଜିଲ୍ଲାସ୍ତରରେ ୪୨% ଡାକ୍ତରୀ ପଦବି ଖାଲି

Daily Times

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ୭୫୦ଜଣ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ଡାକ୍ତର ନିଯୁକ୍ତ ହୋଇଛନ୍ତି। ଆସନ୍ତା ୭ ଦିନ ଭିତରେ ନିବନିଯୁକ୍ତ ଡାକ୍ତରମାନେ ନିଜ ନିଜ କାର୍ଯ୍ୟସ୍ଥଳୀରେ ଯୋଗ ଦେବାକୁ କୁହାଯାଇଛି। ନିଯୁକ୍ତିପତ୍ରକୁ ଲକ୍‌ଡାଉନ୍‌/ସଟଡାଉନ୍‌ ସମୟରେ ଯାତାୟାତ ପାଇଁ ପାସ୍ ଭାବେ ବ୍ୟବହାର କରିପାରିବେ। ରାଜ୍ୟ ଡାକ୍ତରୀ ଓ ସ୍ବାସ୍ଥ୍ୟସେବା କ୍ୟାଡର୍‌ ଅଫିସର୍‌ ପଦବିରେ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ ୭୮୬ଜଣ ଡାକ୍ତରଙ୍କ ନାମ ସୁପାରିସ୍‌ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ସେମାନଙ୍କର ନିଯୁକ୍ତି ସ୍ଥାନଗୁଡ଼ିକ ଏନ୍‌ଆଇସି ଭୁବନେଶ୍ବର ଦ୍ବାରା ଅନଲାଇନ୍‌ କାଉନସେଲିଂ ଜରିଆରେ ସ୍ଥିର କରାଯାଇଛି। ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତରମାନଙ୍କୁ ଏକ ପତ୍ର ଜରିଆରେ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe