ବାଲିଅନ୍ତାରେ ପହଞ୍ଚିଲେ ୭୫୩ ପୁଲିଂ ଅଫିସର

ବାଲିଅନ୍ତାରେ ପହଞ୍ଚିଲେ ୭୫୩ ପୁଲିଂ ଅଫିସର

ବାଲିଅନ୍ତା :ବାଲିଅନ୍ତା ବ୍ଲକରରେ ଆସନ୍ତା ୨୪ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ସବୁ ପ୍ରକ୍ରର ପ୍ରସ୍ତୁତି ସରିଛି। ୨୨୪ ବୁଥରେ ମୋଟ ୮୮ ହଜାର ୨୮ ଜଣ ଭୋଟର ମତଦାନ କରିବେ। ନିର୍ବାଚନ କାର୍ଯ୍ୟକୁ ସୂଚାରୁ ଭାବେ ପରିଚାଳନା କରିବା ଲାଗି ମୋଟ ୭ ହଜାର ୫୩ ଜଣ ପୁଲିସ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ପ୍ରତି ବୁଥରେ ୩ ଜଣ ଲେଖାଏଁ ପୁଲିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୬୬ ଜଣଙ୍କୁ ରିଜର୍ଭ ପୁଲିସ ଅଫିସର ଭାବେ ଏବଂ ବାକି ୧୫ ଜଣଙ୍କୁ ସେକ୍ଟର ଅଫିସର ଭାବେ ନିଯୁକ୍ତ କରାଯାଇଛି।

ବାଲିପାଟଣାରେ ମତଦାନ ସରିବା ପରେ ମଙ୍ଗଳବାର ଅପରାହ୍ନରେ ସେଠାରୁ ପୁଲିଂ ପାର୍ଟିଂ ପଞ୍ଚାୟତ ସମିତି କ୍ୟାମ୍ପରେ ପହଞ୍ଚିଥିବା ଜଣାପଡ଼ିଛି। ଏଠାରୁ ୧୬ଟି ପଞ୍ଚାୟତର ବିଭିନ୍ନ ୱାର୍ଡ଼କୁ ସ୍ଥାନାନ୍ତରିତ ହୋଇଥିବା ବିଡିଓ ନାରାୟଣ ଚନ୍ଦ୍ର ନାୟକ କହିଛନ୍ତି। ସେହିପରି ପ୍ରତି ବୁଥରେ ଜଣେ ଗୃହରକ୍ଷୀ କିମ୍ବା ସୁରକ୍ଷା କର୍ମୀ ନିଯୁକ୍ତ ହେବେ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ଦୁଇଜଣ ଆଇପିଏସ ଅଧିକାରୀଙ୍କ ସମେତ ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଏବଂ ମହିଳା ପୁଲିସଙ୍କ ସମେତ  ଫ୍ଲାଇଂ ସ୍କ୍ବାର୍ଡ଼ ଏବଂ ୬ଟି ମୋବାଇଲ ଟିମ ଙ୍କୁ ନିଯୁକ୍ତି କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe