ଆଜାଦିର ଅମୃତ ମହୋତ୍ସବ ଅବସରରେ ୭୫୭୫ଟି ଦୀପ ପ୍ରଜ୍ଵଳନ କଲା ଏବିଭିପି

ଆଜାଦିର ଅମୃତ ମହୋତ୍ସବ ଅବସରରେ ୭୫୭୫ଟି ଦୀପ ପ୍ରଜ୍ଵଳନ କଲା ଏବିଭିପି

ପୁରୀ: ଏବିଭିପି ତରଫରୁ ପୁରୀରେ ସ୍ୱାଧୀନତାର ୭୫ତମ ବର୍ଷ ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ସ୍ୱାଧୀନତାରେ ନିଜ ସର୍ବସ୍ବ ଉତ୍ସର୍ଗୀକୃତ କରିଥିବା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ "ଦେଶ ପାଇଁ ଦୀପ ଟିଏ" କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଗୁଣ୍ଡିଚା ମନ୍ଦିର ଶରଧାବାଲିରେ ୭୫୭୫ଟି ଦୀପ ପ୍ରଜ୍ଵଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଏବିଭିପିର ଅଖିଳ ଭାରତୀୟ ଜନଜାତି ସହ ପ୍ରମୁଖ ପ୍ରମୋଦ ରାଉତ, ବିଭାଗ ସଙ୍ଘ ଚାଳକ ମନୋରଞ୍ଜନ ସାହୁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କବିତା କହଁର, ରାଷ୍ଟ୍ରୀୟ ସୋସିଆଲ ମିଡ଼ିଆ ସହ ସଂଯୋଜକ ସ୍ମୃତି ରଞ୍ଜନ ବିଶ୍ଵାଳ, ରାଜ୍ୟ ସହ ସମ୍ପାଦକ ଦେବାଶିଷ ଶତପଥୀ ପୁରୀ ବିଭାଗ ପ୍ରମୁଖ ଅଜିତ କୁମାର ଦଳାଇ, ପ୍ରାନ୍ତ କୋଷାଧକ୍ଷ ସୌମେନ୍ଦ୍ର ଦାସ, ଉପସ୍ଥିତ ଥିଲେ।

ଏତଦ୍‌ ବ୍ୟତୀତ ଏହି କାର୍ଯକ୍ରମକୁ ସଞ୍ଚାଳନ କରିବା ପାଇଁ ପୁରୀ ଜିଲ୍ଲା ପ୍ରମୁଖ ଡଃ ସସ୍ମିତା ନାୟକ, ଜିଲ୍ଲା ସଂଯୋଜକ ତାରା ପ୍ରସାଦ ଦାଶ, ବିଭାଗ ଏସ୍‌ଏଫ୍ଏସ ପ୍ରମୁଖ ଶିବାନନ୍ଦ୍ ପାଢ଼ୀ ଉପସ୍ଥିତ ଥିବା ବେଳେ କୃଷ୍ଣଚନ୍ଦ୍ର ସାହୁ, ବାସୁଦେବ ସେନାପତି, ବିସ୍ମୟ ରଞ୍ଜନ ପଟ୍ଟନାୟକ, ଶୁଭମ୍ ସେଠୀ, ରାଜେଶ ଉପପାଧ୍ୟାୟ, ରାକେଶ ସ୍ୱାଇଁ, ଅନିଲ ଭୋଇ, ରଶ୍ମିତା ସାହୁ, ପଲ୍ଲବୀ, ଶିବାଶିଷ, ଚନ୍ଦନ କୁମାର ସାହୁ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe