୩ ସନ୍ତାନ ଜନନୀଙ୍କ ପ୍ରାର୍ଥିପତ୍ର କାଏମ

ଆଜି ନାଏବ୍ ସରପଞ୍ଚ ନିର୍ବାଚନ

The Economic Times

ଆନନ୍ଦପୁର : ଘସିପୁରା ବ୍ଲକ୍‌ ଗୋହିରା ପଞ୍ଚାୟତ ୪ ନମ୍ବର ୱାର୍ଡ ଓସ୍ତପୁରାର ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ମାମିନା ବେହେରାଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ସେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରାଯାଇଛି। ତେବେ ମାମିନା ହେଉଛନ୍ତି ତିନିଟି ସନ୍ତାନର ଜନନୀ। ୨୨ ତାରିଖରେ ନାମାଙ୍କନ ଯାଞ୍ଚ ସମୟରେ ୱାର୍ଡର ବାସିନ୍ଦା ବିପିନ ବିହାରୀ ହାଁସଦା ସମସ୍ତ ପ୍ରମାଣପତ୍ର ସହ ନିର୍ବାଚନ ଅଧିକାରୀଙ୍କୁ ଭେଟି ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରିବାକୁ ନିବେଦନ କରିଥିଲେ।

ବିପିନଙ୍କ କହିବା ଅନୁସାରେ, ନିର୍ବାଚନ ଅଧିକାରୀ କୁନମୁନ୍ ବେହେରା ସମସ୍ତ ପ୍ରମାଣପତ୍ର ରଖିବା ସହିତ ପ୍ରାର୍ଥିପତ୍ର ନାକଚ କରିବାକୁ ରାଜି ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜ‌ନୈତିକ ଚାପରେ ପ୍ରାର୍ଥିପତ୍ର ନାକଚ କରି ନଥିଲେ। ଏନେଇ ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କୋର୍ଟକୁ ଯିବାପାଇଁ ପରାମର୍ଶ ଦେଇଥିଲେ। ଚଞ୍ଚକତା କରାଯାଇ ତାଙ୍କ ପ୍ରାର୍ଥିପତ୍ରକୁ କାଏମ ରଖା ଯାଇଥିବା ଅଭିଯୋଗ ହୋଇଛି। ବିପିନ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ସମସ୍ତ ପ୍ରମାଣପତ୍ର ଦାଖଲ କରିବା ସହିତ ମାମିନାଙ୍କ ପ୍ରାର୍ଥିପତ୍ର ନାକଚ କରିବା ଏବଂ ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଏନେଇ ନିର୍ବାଚନ ଅଧିକାରୀ କୁନମୁନ ବେହେରାଙ୍କୁ ଯୋଗାଯୋଗ କରିବାରୁ, ସେ ଏଥିପାଇଁ ଘସିପୁରା ବିଡିଓଙ୍କ ପରାମର୍ଶ ଲୋଡ଼ିଥିଲେ। ବିଡିଓଙ୍କ ନିର୍ଦେଶକ୍ରମେ ତାଙ୍କର ପ୍ରାର୍ଥିପତ୍ର କାଏମ ରଖାଯାଇଥିବା ସେ ସଫେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe