ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ: ବାଲେଶ୍ୱରର ପାସ ହାର ୭୬.୪୭ ପ୍ରତିଶତ

Advertisment

ୟୁଏନ୍‌ଏଚ୍‌ଏସ୍‌ ସ୍କୁଲର ଛାତ୍ର ଆଶୁତୋଷ ମହାନ୍ତି ଜିଲ୍ଲା ଟପର, ଜିଲ୍ଲାର ଶ୍ରେଷ୍ଠ ୧୦ରେ ଅଛନ୍ତି ୧୪ ଜଣ ଛାତ୍ରଛାତ୍ରୀ

ୟୁଏନ୍‌ଏଚ୍‌ଏସ୍‌ ସ୍କୁଲର ଛାତ୍ର ଆଶୁତୋଷ ମହାନ୍ତି ଜିଲ୍ଲା ଟପର, ଜିଲ୍ଲାର ଶ୍ରେଷ୍ଠ ୧୦ରେ ଅଛନ୍ତି ୧୪ ଜଣ ଛାତ୍ରଛାତ୍ରୀ

ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ: ବାଲେଶ୍ୱରର ପାସ ହାର ୭୬.୪୭ ପ୍ରତିଶତ

ବାଲେଶ୍ୱର: ମାଧ୍ୟମିକ ଉଚ୍ଚ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥର ବାଲେଶ୍ୱର ଜିଲ୍ଲାର ପାସ ହାର ରହିଛି ୭୬.୪୭ ପ୍ରତିଶତ। ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ପସେ ହାର ୨,୬୨ ପ୍ରତିଶତ ବୃଦ୍ଧି ପାଇଥିବା ସିଏଚ୍‌ଏସଇର ଉତ୍ତର ଜୋନ୍‌ର ଜୟଦେବ ପରମାଣିକ ସୂଚନା ଦେଇଛନ୍ତି।

ତେବେ ଚଳିତ ବର୍ଷ ଜିଲ୍ଲାର ୧୪ ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣଙ୍କ ସ୍ଥାନରେ ରହିଥିବା ବେଳେ ସୋର ସ୍ଥିତ ଉପେନ୍ଦ୍ରନାଥ ମାଧ୍ୟମିକ ସ୍କୁଲର ଆଶୁତୋଷ ମହାନ୍ତି ୯୦ ପ୍ରତିଶତରୁ ଅଧିକ ନମ୍ବର(୫୪୨ମାର୍କ) ରଖି ଜିଲ୍ଲା ଟପର ହୋଇଛନ୍ତି।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଟପ୍‌-୧୦ରେ ରହିଛନ୍ତି ଫକୀରମୋହନ ଉଚ୍ଚ ମାଧ୍ୟମିକ ସ୍କୁଲର ବେବିକୁମାର ସାହା(୫୩୩ ମାର୍କ), ଖଇରା ଉଚ୍ଚମାଧ୍ୟମିକ ସ୍କୁଲର ରଶ୍ମିରଂଜନ ପାତ୍ର(୫୩୦ ମାର୍କ), ଫକୀରମୋହନ ଉଚ୍ଚ ମାଧ୍ୟମିକ ସ୍କୁଲର ଶୃତି ଖଣ୍ଡେଲୱାଲ(୫୨୩ ମାର୍କ), ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରମୋଦ କୁମାର ଗୋଚ୍ଛାୟତ(୫୨୧ ମାର୍କ) ଓ ଚନ୍ଦ୍ରଶେଖର ଗାନ୍ଧୀ(୫୨୧ ମାର୍କ), ଉପେନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ସ୍କୁଲର ସଂଜନା ମଲ୍ଲିକ(୫୧୫ ମାର୍କ), ଉପେନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ସ୍କୁଲର ସନ୍ତୋଷ କୁମାର ରାଉତ (୫୧୧ ମାର୍କ) ଓ ହିମାଂଶୁ ଶେଖର ଶଂଖୁଆ(୫୧୧ ମାର୍କ), ଉପନ୍ଦ୍ରେନାଥ ଉଚ୍ଚ ମାଧ୍ୟମିକ ସ୍କୁଲର ସୁମନ ବେହେରା (୫୧୦ ମାର୍କ) ଓ ଈଶା ଗୁପ୍ତା (୫୧୦ ମାର୍କ), ଉପେନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ସ୍କୁଲର ମାନସ ରଂଜନ ପଣ୍ଡା(୫୦୪ ମାର୍କ) ଓ ମଧୁଛନ୍ଦା ଦାସ(୫୦୪ ମାର୍କ), ଫକୀରମୋହନ ଉଚ୍ଚମାଧ୍ୟମିକ ସ୍କୁଲର ମାନସ ରଂଜନ ଦାସ(୫୦୩ ମାର୍କ) ଓ ରୀତା କୁମାରୀ(୫୦୩ ମାର୍କ)ଯ ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାରେ ଚଳିତବର୍ଷ ୧୨୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୭୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ୩୨୭ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୨୦ ଜଣ ଦ୍ଵିତୀୟ ଓ ୪୧୯ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe