ଗଁଦିଆରେ ବ୍ଲକସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ

Advertisment
ଗଁଦିଆରେ ବ୍ଲକସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।  ଅମୃତ ମହୋତ୍ସବ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଗଁଦିଆ ପଞ୍ଚାୟତ ସମିତି ଅଧକ୍ଷା ରିନାରାଣୀ ଖଟୁଆ। ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ନିଜର ବକ୍ତବ୍ୟରେ ଆଜିର ଦିନର ମହତ ଉପରେ ଆଲୋକପାତ କରିବା ସହିତ ଦୀର୍ଘଦିନର ପରାଧୀନତାର ଶୃଙ୍ଖଳାରୁ ଯେଉଁ ମହାନ ମନୀଷମାନେ ଆମକୁ ମୁକ୍ତ କରି ସ୍ୱାଧୀନତାର ସ୍ୱାଦ ଦେଇଛନ୍ତି ସେମାନେ ସଦା ସର୍ବଦା ଆମର ଚିର ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବରେ ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଂଜନ ସାହୁ କହିଲେ, ସ୍ୱାଧୀନତା ଦିବସ ପାଳନ ଅବସରରେ ସମଗ୍ର ଭାରତ ବର୍ଷ ପାଳନକରୁଥିବା ଅମୃତ ମହୋତ୍ସବରେ ସ୍ୱାଧୀନ ଭାରତର ନାଗରିକ ହିସାବରେ ନିଜକୁ ସାମିଲ କରିବା ସହ ଇତିହାସକୁ ପଢି ଶିଖିବା ତାହା ହେଲେ ସେହି ମହାନ ବ୍ୟକ୍ତି ମାନଙ୍କୁ ଜାଣି ପରିବା ଯେଉଁମାନେ ନିଜର ପ୍ରାଣବଳି ଦେଇ ଆମକୁ ସ୍ୱାଧୀନତାର ସ୍ୱାଦ ପ୍ରଦାନ କରିଛନ୍ତି।  ମୁଖ୍ୟ ବକ୍ତା ଭାବରେ ବ୍ଲକ ବିଜେଡି ସଭାପତି ବିଶ୍ୱନାଥ ଜେନା ସ୍ୱାଧୀନତା ଦିବସ ପାଳନ ଅବସରରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ରାଜ୍ୟ ସରକାର ଜନସାଧାରଣମାନଙ୍କ ନିମନ୍ତେ କାର୍ଯ୍ୟକାରୀ କରୁଥବା ସମସ୍ତ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe