ଭୁବନେଶ୍ୱର ଏମ୍ସରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଦେଶପ୍ରେମର ଅନନ୍ୟ ବାତାବରଣ ମଧ୍ଯରେ ଭୁବନେଶ୍ୱର ଏମ୍ସରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ଵାସ ଏହି ଅବିସ୍ମରଣୀୟ ମୂହୁର୍ତ୍ତରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ...

76th Independence Day celebrated at AIIMS, Bhubaneswar

76th republic day celebrated at AIIMS, Bhubaneswar Photograph: (sambad.in)

ଭୁବନେଶ୍ୱର: ଦେଶପ୍ରେମର ଅନନ୍ୟ ବାତାବରଣ ମଧ୍ଯରେ ଭୁବନେଶ୍ୱର ଏମ୍ସରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ଵାସ ଏହି ଅବିସ୍ମରଣୀୟ ମୂହୁର୍ତ୍ତରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ସ୍ବାସ୍ଥ୍ୟ ସେବା ଯୋଗାଇବାଦେବାରେ ସମଗ୍ର ପୂର୍ବଭାରତର ବିଶ୍ଵାସ ଜିଣିପାରିଥିବା ଭୁବନେଶ୍ୱର ଏମ୍ସ ଏହି ଅମୃତ କାଳ ସମୟରେ ନିରନ୍ତର ଉତ୍ସର୍ଗୀକୃତ ତଥା ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ସହିତ ମାତୃଭୂମିର ସେବା କରିବାର ପ୍ରତିବଦ୍ଧତା ସମ୍ପର୍କରେ ଡାକ୍ତର ବିଶ୍ବାସ ମତବ୍ୟକ୍ତ କରିଥିଲେ ।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏମ୍ସ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହିତ ଆଗାମୀ ଦିନମାନଙ୍କରେ ଏମ୍ସ ପକ୍ଷରୁ ହେବାକୁ ଥିବା ଏକାଧିକ ନୂତନ ବ୍ୟବସ୍ଥା ଉପରେ ସେ  ସୂଚନା ପ୍ରଦାନ କରିଥିଲେ।

76th republic day  celebrated at AIIMS, Bhubaneswar
76th republic day celebrated at AIIMS, Bhubaneswar Photograph: (sambad.in)

ଏହି କାର୍ଯ୍ୟକ୍ରମରେ ଡାକ୍ତର ବିଶ୍ଵାସଙ୍କ ସମେତ ଡିନ୍ ଡାକ୍ତର ପି ଆର ମହାପାତ୍ର, ଡାକ୍ତର ସତ୍ୟଜିତ ମିଶ୍ର, ଡାକ୍ତର ସୌଭାଗ୍ୟ କୁମାର ଜେନା, ମେଡିକାଲ ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଡିଡିଏ କର୍ଣ୍ଣେଲ ଅଭିଜିତ ସରକାର ଧନ୍ୟବାଦ ଅର୍ପଣ କରିଥିଲେ।

ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପରିବେଶକୁ ଆହୁରି ଅଧିକ ଜୀବନ୍ତ କରିବା ସହିତ ଦେଶପ୍ରେମର ଧାରା ପ୍ରବାହିତ କରିଥିଲା।

76th republic day  AIIMS, Bhubaneswar
76th republic day AIIMS, Bhubaneswar Photograph: (sambad.in)

ଅଧିକ ପଢ଼ନ୍ତୁ:  ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଏହି ମହତ ଉତ୍ସବରେ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏକ ବିକଶିତ ତଥା ସୁସ୍ଥ ଭାରତର ଦୃଷ୍ଟିକୋଣକୁ ପ୍ରାଥମିକତା ଦେଇ, ନିକଟ ଭବିଷ୍ୟତରେ ଜନସାଧାରଣଙ୍କ ପାଇଁ ଆହୁରି ଅଧିକ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନର ପ୍ରତିଶୃତି ସହିତ ଭୁବନେଶ୍ୱର ଏମ୍ସ ନିଜର ଗୌରବମୟ ଯାତ୍ରା ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ରାଜ୍ୟବାସୀଙ୍କ କଲ୍ୟାଣ ଓ ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବି: ପ୍ରକାଶ ମିଶ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe