ମାଇକ୍ରୋଫାଇନାସ୍ ମହିଳା କର୍ମଚାରୀଙ୍କ ଠାରୁ ଝାମ୍ପିନେଲେ ୭୮ହଜାର ଟଙ୍କା

Advertisment
ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ନବରଙ୍ଗପୁର : ନବରଙ୍ଗପୁର ଆଖ ପାଖ ଅଞ୍ଚଳରେ ପୁଣି ମାତିଲେ ଦୁବୃତ୍ତ। ମହିଳା ମାଇକ୍ରୋଫାଇନାସ୍ କର୍ମଚାରୀଙ୍କ ଠାରୁ ୭୮ ହଜାର ଟଙ୍କା ଥିବା ମୁଣି ଝାମ୍ପିନେଲେ । ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ ମହିଳା କର୍ମଚାରୀ ବୈଜୟନ୍ତୀ ମାଝୀ ପାପଡାହାଣ୍ଡି  ବ୍ଲକର ପାପଡାହାଣ୍ଡି, ଘାଟଗୁଡା, ସୁନାଡଙ୍ଗରୀ ଆଦି ଅଞ୍ଚଳରୁ ରୁଣ ଟଙ୍କା ଲୋକଙ୍କ ଠାରୁ ଆଦାୟ କରି ନିଜ ଭ୍ୟାନିଟ ବ୍ୟାଗରେ ପ୍ରାୟ ୭୮ ହଜାର ଟଙ୍କା ରଖିଥିଲେ। ସେ ନିଜ ଟଙ୍କା ସହ ସ୍କୁଟି ରେ ନବରଙ୍ଗପୁରକୁ ଫେରୁଥିଲେ।

ପୂର୍ବରୁ ନଜର ରଖିଥିବା ୨ ଜଣ ଦୁବୃତ୍ତ ଏକ ମୋଟର ସାଇକେଲ ରେ ପଛ ପଟୁ ଆସି ତାରାଗାଁ ନିକଟରେ ହଠାତ୍ ଯୁବତୀକୁ ଧକ୍କା ମାରିବାରୁ ଯୁବତୀ ଜଣଙ୍କ ଗାଡିରୁ ତଳେ ପଡିଯାଇଥିଲେ। ଯୁବତୀ ତଳେ ପଡୁ ପଡୁ ସେ ଧରିଥିବା ଟଙ୍କା ଭରି ବ୍ୟାଗକୁ ଝାମ୍ପି ନେଇ ତାରାଗାଁ ଅମେୁଖେ ଚାଲିଯାଇଥିବା ନେଇ ମହିଳା କର୍ମଚାରୀ ପ୍ରକାଶ କରିଛନ୍ତି। ଲୁଟ୍ ର ଶିକାର ହୋଇଥିବା ଯୁବତୀ ଏ ନେଇ ନବରଙ୍ଗପୁର ଥାନାରେ ଏକ ଲିଖିତ ଭାବେ ଏତଲା ପ୍ରଦାନ କରିଛନ୍ତି। ନବରଙ୍ଗପୁର ଥାନା ପକ୍ଷରୁ ଯୁବତୀଙ୍କୁ ଘଟଣା ସ୍ଥଳକୁ ନେଇ ତଦନ୍ତ କରିଥିବା ଜଣାପଡିଛି। ତେବେ ଗତ କିଛି ମାସ ହେବ ନବରଙ୍ଗପୁର ଓ ଏହାର ଆଖ ପାଖ ଅଞ୍ଚଳରେ ଚୋରୀ ହାରି କମିଥିବା ବେଳେ ପୁଣି ଚେଇଁ ଉଠିଛନ୍ତି ଦୁବୃତ୍ତ। ତେବେ ପୁଲିସ ପେଟ୍ରୋଲିଂ କଡା କଡି କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe