୭ ଲକ୍ଷ ଯାତ୍ରୀଙ୍କ ଟିକେଟ୍‌ ବାତିଲ୍‌: ଫେରିପାଇବେ ୩୫ କୋଟି ଟଙ୍କା

‘ଏପ୍ରିଲ୍‌ରୁ ପୂର୍ଣ୍ଣମାତ୍ରାରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ନେଇ ନିଷ୍ପତ୍ତି ହୋଇନାହିଁ’

Wikipedia

ଭୁବନେଶ୍ବର : କରୋନା ସଂକ୍ରମଣ ବ୍ୟାପୁଥିବାରୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ନିୟମିତ ଟ୍ରେନ୍‌ ସେବାକୁ ବାତିଲ୍‌ କରାଯାଇଛି। ସ୍ବତନ୍ତ୍ର ଟ୍ରେନ୍‌କୁ ଛାଡ଼ି ଦେଲେ କୌଣସି ନିୟମିତ ଟ୍ରେନ୍‌, ମେଲ୍‌ ଟ୍ରେନ୍‌ ଚଳାଚଳ କରିବ ନାହିଁ। ଯେଉଁଥିପାଇଁ ପୂର୍ବତଟ ରେଳପଥକୁ ପାଖାପଖି ୩୫ କୋଟିର ରାଜସ୍ବ ହରାଇବାକୁ ପଡ଼ିବ। ମାର୍ଚ୍ଚ ୨୨ରୁ ଅଗଷ୍ଟ ୧୨ ମଧ୍ୟରେ ପୂର୍ବତଟ ରେଳପଥରେ ୨.୩୬ ଲକ୍ଷ ଟିକେଟ୍‌ ବାତିଲ୍‌ ହୋଇଛି। ଏହି ସମୟରେ ୬.୮୨ ଲକ୍ଷ ଯାତ୍ରୀ ଟ୍ରେନ୍‌ରେ ଯିବା ପାଇଁ ଥିଲା। ଟିକେଟ୍‌ ବାତିଲ୍‌ ବାବଦରେ ଯାତ୍ରୀଙ୍କୁ ୩୪.୬ କୋଟି ଟଙ୍କା ଫେରସ୍ତ କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି। ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଖୋର୍ଧାରୋଡ ଡିଭିଜନ୍‌ରେ ୯୫ ହଜାର ୬୨୯ ଟିକେଟ୍‌ ବାତିଲ୍‌ ହୋଇଥିଲା। ଏବାବଦରେ ରେଳପଥ ପକ୍ଷରୁ ୨.୫୯ ଲକ୍ଷ ଯାତ୍ରୀଙ୍କୁ ୧୫.୩୧ କୋଟି ଟଙ୍କା ଫେରସ୍ତ ଦିଆଯିବ। ସେହିପରି ସମ୍ବଲପୁର ରେ‌ଲୱେ ଡିଭିଜନ୍‌ରେ ୨୮ ହଜାର ୨୧୬ ଟିକେଟ୍‌ ବାତିଲ୍‌ ହୋଇଥିବା ବେଳେ ଏବାବଦରେ ୪.୫୬ କୋଟି ଟଙ୍କା ଫେରସ୍ତ କରାଯିବ। ୱାଲଟିଅର ଡିଭିଜନ୍‌ରେ ୧ ‌ଲକ୍ଷ ୧୨ ହଜାର ୩୯୨ ଟିକେଟ୍‌ ବାତିଲ୍‌ ହୋଇଥିବା ବେଳେ ୧୪ କୋଟି ୭୮ ଲକ୍ଷ ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ। ଗାଇଡ୍‌ଲାଇନ୍‌ ଅନୁଯାୟୀ ଯାତ୍ରୀଙ୍କୁ ଟିକେଟ୍‌ ବାତିଲ୍‌ର ସମସ୍ତ ଟଙ୍କା ଫେରସ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe