ୟୁଜିସି ବେତନ ପାଉଥିବା ଅଧ୍ୟାପକଙ୍କର ସପ୍ତମ ବେତନ କମିସନ ଲାଗିଲା

ୟୁଜିସି ବେତନ ପାଉଥିବା ଅଧ୍ୟାପକଙ୍କର ସପ୍ତମ ବେତନ କମିସନ ଲାଗିଲା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ, ସରକାରୀ କଲେଜ ଓ ବେସରକାରୀ କଲେଜରେ ୟୁଜିସି ବେତନ ପାଉଥିବା ଅଧ୍ୟାପକଙ୍କୁ ସପ୍ତମ ବେତନ କମିସନ ସୁପାରିସ ଅନୁଯାୟୀ ବେତନ ମିଳିବ। ଏହା ୧.୧.୨୦୧୬ରୁ ପିଛିଲା ଭାବେ ଲାଗୁ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ବାରା ୟୁଜିସି ବେତନ ପାଉଥିବା ପ୍ରାୟ ୫୩୦୦ଜଣ ଅଧ୍ୟାପକମାନଙ୍କର ବେତନ ଏବେ ୨.୫୭ଗୁଣା ବଢ଼ିଯାଇଛି। ୟୁଜିସି ବେତନ ପାଉଥିବା ଅଧ୍ୟାପକମାନଙ୍କୁ ସପ୍ତମ ବେତନ କମିସନ ସୁପାରିସ ଅନୁଯାୟୀ, ବେତନ ପ୍ରଦାନ କରିବାକୁ ଗତ ମାର୍ଚ୍ଚ ମାସରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ୟୁଜିସି ପେସ୍କେଲ୍ ରିଜୋଲ୍ୟୁସନ୍ କରିଥିବାବେଳେ ରାଜ୍ୟ ସରକାର ଏହାକୁ ବର୍ଷକ ମଧ୍ୟରେ ଲାଗୁ କରିଦେଇଛନ୍ତି। ପୂର୍ବରୁ ଏହିଭଳି ରି‌େଜାଲ୍ୟୁସନ୍ ଲାଗୁ କରିବାକୁ ରାଜ୍ୟ ସରକାର ୪ରୁ ୫ବର୍ଷ ସମୟ ନେଉଥିବାବେଳେ ଏଥର ବର୍ଷକ ମଧ୍ୟରେ ଏହାକୁ ଲାଗୁ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘର ଆବାହକ ସନ୍ତୋଷ ତ୍ରିପାଠୀ ସ୍ବାଗତ କରିଛନ୍ତି। ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ ସେ କହିଛନ୍ତି ଯେ, ରାଜ୍ୟ ସରକାର ପଦୋନ୍ନତି ଏବଂ ଅନ୍ୟାନ୍ୟ ନିୟମ ସହ ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କର ବୟସ ୬୫ବର୍ଷକୁ ବଢ଼ାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe