ପୁଳିସ ପକ୍ଷରୁ ଗାଡି ଯାଞ୍ଚ: ୮.୨ ଲକ୍ଷର ଚାଲାଣ କଟିଲା

ପୁଳିସ ପକ୍ଷରୁ ଗାଡି ଯାଞ୍ଚ: ୮.୨ ଲକ୍ଷର ଚାଲାଣ କଟିଲା

Sambad English

ଝାରସୁଗୁଡ଼ା: ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପୁଲିସ୍‌ ଓ ପରିବହନ ବିଭାଗ ପକ୍ଷରୁ ଚେକିଂ ଜାରି ରହିଛି। ଆଜି ଲଇକେରା ଓ ବେଲପାହାଡ଼ ଥାନାଞ୍ଚଳରେ ହୋଇଥିବା ଚେକିଂରେ ମୋଟ ୧୬୩ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ ୮ ଲକ୍ଷ ୨୩ ହଜାର ୫ଶହ ଟଙ୍କାର ଚଲାଣ କଟିଛି।

ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ୧୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ୪ ନାବାଳକ ଗାଡ଼ି ଚାଳକଙ୍କ ବିରୋଧରେ ୧ ଲକ୍ଷର ଜରିମାନା କଟିଥିବା ଜଣାପଡ଼ିଛି। ଏହାବାଦ୍‌ ସିଟ୍ ବେଲ୍‌ଟ ନପିନ୍ଧିବା, ବିନା ହେଲ୍‌ମେଟରେ ଗାଡ଼ି ଚାଳନା, ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚାଳନା ଆଦି ଅପରାଧରେ ଚଲାନ୍‌ କଟିଥିବା ପରିବହନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe