India Legal
ଭୁବନେଶ୍ବର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସେସୁର ପୂର୍ବତନ ଡିଜିଏମ୍ ଦାମୋଦର ଦାସଙ୍କ ୮ଲକ୍ଷ ୩୩ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି। ଯେଉଁଥିରେ ଭୁବନେଶ୍ବର ନହରକଣ୍ଠା ମୌଜା ଓ ପାହାଳ ମୌଜାରେ ଥିବା ଦୁଇଟି ପ୍ଲଟ, ଗୋଟିଏ ବାଇକ୍, ବ୍ୟାଙ୍କ ଏବଂ ପୋଷ୍ଟାଲ୍ ଜମା ରହିଛି। ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରାଧିକୃତ ଅଧିକାରୀ ଆଶାପୂର୍ଣ୍ଣା ମହାପାତ୍ର ଏହି ନିର୍ଦେଶ ଦେଇଛନ୍ତି। ତେବେ ୩୦ଦିନ ମଧ୍ୟରେ ସମ୍ପତ୍ତିର କାଗଜପତ୍ର ଏବଂ ଅନ୍ୟ ଜିନିଷ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଭିଜିଲାନ୍ସ ପକ୍ଷରୁ ସୁଶିଲ ଏକ୍କା ମାମଲାର ତଦନ୍ତ କରୁଥିବା ବେଳେ ସରକାରୀ ଓକିଲ ଗିରିଜା ପ୍ରସାଦ ପଟ୍ଟନାୟକ ମାମଲାର ପରିଚାଳନା କରୁଥିଲେ।
ପ୍ରକାଶ ଥାଉ କି, ପୂର୍ବରୁ ୨୦୨୨ ମସିହା ଅଗଷ୍ଟ ମାସରେ ଆୟବହିର୍ଭୂତ ମାମଲାରେ ଭିଜିଲାନ୍ସ କୋର୍ଟ ଦାମୋଦରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପିର ଲାଞ୍ଚ ନେବା ମାମଲାରେ ୨୦୧୨ ମସିହାରେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଆୟ ବହିର୍ଭୂତ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଅଛି।
Follow Us