Advertisment

ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭୂମିପୂଜା : ଖର୍ଚ୍ଚ ହେବ ୮.୯୨ କୋଟି

Advertisment
ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭୂମିପୂଜା : ଖର୍ଚ୍ଚ ହେବ ୮.୯୨ କୋଟି

ବୌଦ୍ଧ: ବୌଦ୍ଧ ସହରରେ ଏକ ନୂତନ ଆଦର୍ଶ ବସଷ୍ଟାଣ୍ଡ ନିର୍ମାଣ ପାଇଁ ହୋଇ ଆସୁଥିବା ବହୁଦିନର ଦାବି ଏବେ ସାକାର ହେବାକୁ ଯାଉଛି। ନୂତନ ଆଦର୍ଶ ବସଷ୍ଟାଣ୍ଡ ନିର୍ମାଣ ପାଇଁ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଶିଳାନ୍ୟାସ ସ୍ଥଳରେ ସୋମବାର ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଭୂମି ପୂଜନ କରିଛନ୍ତି। ଏହି ଅବସରରେ ବୌଦ୍ଧ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ଅମାତ ମୁଖ୍ୟ ଅତିଥି ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏ ଅବସରରେ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ, ଏନ୍ଏସି ଓ ପୂର୍ତ୍ତ ବିଭାଗର ଅଧିକାରୀ, ସ୍ଥପତି ସୁମନ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ତାରେଣି ମହାପାତ୍ର, ଟ୍ରକ୍‌ ମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର, ବଣିକ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ବିଜେଡିର ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁ, ସାମ୍ବାଦିକ ରବିନ୍ଦ୍ର ରାଉତ ଓ ବସନ୍ତ ସ୍ୱାଇଁଙ୍କ ସମେତ ସହରର ଅନେକ ବୁଦ୍ଧଜିବୀ ଉପସ୍ଥିତ ଥିଲେ। ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଜଗନ୍ନାଥ ବିଶ୍ୱାଳ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ।

ବୌଦ୍ଧ ବିଜୁ ପଟ୍ଟନାୟକ ଛକଠାରୁ ନୂତନ ବାଇପାସ ରାସ୍ତାରେ ମାତ୍ର ୫୦ ମିଟର ଦୂରରେ ୫ ଏକର ପରିମିତ ଜମିରେ ଏହି ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି। ୮.୯୨ କୋଟି ଟଙ୍କା ବ୍ୟୟରେ ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏହା ଦ୍ବାରା ସହର ଭିତରେ ଟ୍ରାଫିକ ଓ ପାର୍କିଂ ସମସ୍ୟା ଦୂର ହେବା ସହିତ ନୂତନ ଆଦର୍ଶ ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

ଏଠାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା, ଟିକଟ କାଉଣ୍ଟର, ଯାତ୍ରୀ ବିଶ୍ରାମ କକ୍ଷ, ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀଙ୍କ ପାଇଁ ବସିବା ବ୍ୟବସ୍ଥା, ସମ୍ମାନଜନକ ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମସ୍ଥଳୀ, ଯାତ୍ରୀଙ୍କ ପାଇଁ ସୂଚନା କେନ୍ଦ୍ର, ଚିକିତ୍ସା ସୁବିଧା, ଖାଦ୍ୟ ସାମଗ୍ରୀ ଓ ଦରକାରୀ ସାମଗ୍ରୀ ବିକ୍ରୟ ପାଇଁ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପୁଲିସ ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ, ଯାତ୍ରୀବାହୀ ବସ୍‌ଗୁଡିକର ରାତ୍ରୀ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଦିନରେ ଓ ରାତିରେ ଯିବା ଆସିବା କରୁଥିବା ବସ୍‌ଗୁଡିକ ପାଇଁ ପାର୍କିଂ ବ୍ୟବସ୍ଥା, ଯାତ୍ରୀମାନଙ୍କ ପାଇଁ ବାଇକ୍ ଓ କାର୍‌ ପାର୍କିଂ ଓ ଚାରିଆଡେ ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ବସ୍‌ଷ୍ଟାଣ୍ଡ ନିକଟରେ ଟ୍ରକ୍‌ ଗୁଡ଼ିକର ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe