ଝାରସୁଗୁଡ଼ାର ନିର୍ବାହୀ ଯନ୍ତ୍ରୀଙ୍କ ଅପହରଣ ଘଟଣା: ପିଅନଙ୍କର ଦୁଇ ପୁଅ ସମେତ ଆଠ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ାର ନିର୍ବାହୀ ଯନ୍ତ୍ରୀଙ୍କ ଅପହରଣ ଘଟଣା: ପିଅନଙ୍କର ଦୁଇ ପୁଅ ସମେତ ଆଠ ଅଭିଯୁକ୍ତ ଗିରଫ

ବ୍ରଜରାଜନଗର / ଝାରସୁଗୁଡ଼ା: ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଗତ ୬ତାରିଖ ବିଳମ୍ବିତ ରାତିରେ ତାଙ୍କ ସରକାରୀ ବାସଭାବନରୁ ଅପହରଣ କରାଯାଇଥିଲା। ଝାରସୁଗୁଡ଼ା ପୁଲିସ ଘଟଣାର ଅନୁସନ୍ଧନ କରି ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଆର ଡବ୍ଲୁ କଲୋନିର ଶିବ ତାଣ୍ଡି(୨୬), ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଟାବନ୍ଧର ପଙ୍କଜ ବାଗ(୨୨), ଟିଟିଲାଗଡ଼ ଘଣ୍ଟ ବାହାଲିର ଲଳିତ ତାଣ୍ଡି (୨୫), ଟିଟିଲାଗଡ଼ ବୁରଡିପଡାର ବୁଲୁ ମନହୀରା(୨୬), ବଲାଙ୍ଗୀର ମୁରିବାହାଲ ଘଣ୍ଟା ବାହାଲର ପ୍ରକାଶ ମହାକୁଡ଼(୨୩), ବଲାଙ୍ଗୀର ମୁରିବହଲ ବଜାରପଡ଼ାର ନିରଞ୍ଜନ ଆଚାରି(୨୨) , ଝାରସୁଗୁଡା ଆର ଆଣ୍ଡ ଡବ୍ଲୁ କଲୋନିର ତୋଫାନ ତାଣ୍ଡି(୨୦) ଓ ରଘୁନାଥ ପଡା ଟିଟିଲାଗଡ଼ର ସଞ୍ଜୟ ସିଂହ(୩୩)।

publive-image

ସଞ୍ଜୟ ଅଭିଯୁକ୍ତମାନଙ୍କଠାରୁ ସୁନା ଚେନଟିକୁ କିଣିଥିଲା। ଏହି ଘଟଣାରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବୋଲେରୋ (ଓଡି ୦୮ କେ ୨୬୨୩) ସହିତ ଗୋଟିଏ ଏୟାରଗନ୍, ୨ଟି ଭୁଜାଲି ଓ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ନେଇଥିବା ୧୫.୭୦୦ ଗ୍ରାମ ର ସୁନା ଚେନକୁ ପୁଲିସ୍ ଜବତ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୯ଟି ମୋବାଇଲ ଫୋନ୍ ବି ଜବତ ହୋଇଛି। ଗତକାଲି ସନ୍ଧ୍ୟାରେ ଝାରସୁଗୁଡ଼ା ଏସ ପି ରାହୁଲ ପି ଆର ଅପହରଣ ସମ୍ପର୍କରେ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ କାମ କରୁଥିବା ପିଅନଙ୍କ ଅନୁପସ୍ଥିତି ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନରେ ଉତକ୍ଷିପ୍ତ ହୋଇ ଏହି ଅପହରଣ କରାଯାଇଥିଲା।

ପିଅନ ଜଣକ ବେଆଇନ ଭାବେ ଅନୁପସ୍ଥିତ ରହିବା ସମୟର ଦରମା ଶ୍ରୀ ପଟ୍ଟନାୟକ କାଟିବା ଏହାର କାରଣ। ଝାରସୁଗୁଡ଼ାରେ ରହୁଥିବା ପିଅନଙ୍କର ୨ପୁଅ ସେମାନଙ୍କ ଅପରାଧୀ ସାଙ୍ଗମାନଙ୍କୁ ନେଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅପହରଣ କରି ତାଙ୍କଠାରୁ ଅର୍ଥ ଅଦାୟ ଲକ୍ଷ୍ୟ ଥିଲା ବୋଲି ଏସପି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe