କମେଣ୍ଟମରାକୁ କେନ୍ଦ୍ର କରି ମାରପିଟ, ୨ଟି ମାମଲାରେ ୮ ଜଣଙ୍କୁ ଗିରଫ କଲା ପୁଲିସ

Advertisment
ନାବାଳିକା ଝିଅକୁ ୩୦ହଜାର ଟଙ୍କାରେ ବିକ୍ରି ଉଦ୍ୟମ, ମା ଓ ମାମୁ ନାମରେ ଥାନାରେ ମାମଲା

sambalpur.nic.in

ସମ୍ବଲପୁର : ଶୁକ୍ରବାର ସନ୍ଧ୍ୟାରେ ଟାଉନ ଥାନା ଅଧୀନ ଦେଉଳବନ୍ଧ ଅଞ୍ଚଳରେ କମେଣ୍ଟ ମରାକୁ କେନ୍ଦ୍ରକରି ମାରପିଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଟାଉନ ଥାନାରେ ୨ଟି ଅଭିଯୋଗ ହୋଇଥିବା ବେଳେ ପୁଲିସ ୨୭୭ ଓ ୨୭୮ କେସ୍‌ ନଂରେ ଭିନ୍ନ ଭିନ୍ନ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ଶନିବାର ଟାଉନ୍‌ ପୁଲିସ ଉଭୟ ପକ୍ଷରୁ ମୋଟ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କେସ୍‌ ନଂ ୨୭୭ରେ ୫ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ କେସ୍‌ ନଂ ୨୭୮ରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

କେସ୍‌ ନଂ ୨୭୭ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଦେଉଳବନ୍ଧ ଅଞ୍ଚଳରେ ଜଣେ ଯୁବତୀ ତାଙ୍କ ଘର ବାହାରେ ମା’ଙ୍କ ସହ ବସିଥିବା ବେଳେ କିଛି ଯୁବକ ତାଙ୍କୁ କମେଣ୍ଟ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ବିରୋଧ କରିବାରୁ ସେହି ଯୁବକମାନେ ତାଙ୍କ ଘରକୁ ଆସ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ଏବାପରେ ଯୁବତୀଙ୍କ ବାପା ଅଟକାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଯୁବକମାନେ ମାଡ଼ ମାରିଥିଲେ। ଯୁବକମାନଙ୍କ ମାଡ଼ରେ ଯୁବତୀଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ତାଙ୍କ ବାପା ମଧ୍ୟ ଆହତ ହୋଇଥିଲେ। ଏହି ମାମଲାରେ(୨୭୭) ପୁଲିସ ଡୋଲୁ ସମେତ ୫ ଜଣକୁ ଗିରଫ କରିଛି।

ଅନ୍ୟପଟେ ଅନ୍ୟ ପକ୍ଷ ମଧ୍ୟ ଏକ ପାଲଟା ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଯୁବକଙ୍କ ସାଙ୍ଗମାନେ ନିଜ ଭିତରେ କଥା ହେଉଥିବା ବେଳେ ଯୁବତୀଙ୍କ ପରିବାର ଲୋକ ନିଜ ଆଡ଼କୁ ନେଇ ପ୍ରଥମେ ଗାଳି ଗୁଲଜ କରିଥିଲେ। ଆମକୁ କାହିଁକି ଗାଳି କରିଲ ବୋଲି କହି ଯୁବତୀଙ୍କ ପରିବାର ଲୋକେ ଜଣକୁ ମାଡ଼ ମଧ୍ୟ ମାରିଥିଲେ। ଯୁବତୀଙ୍କ ପରିବାର ଲୋକଙ୍କ ମାଡ଼ରେ ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ। ପାଲଟା ଅଭିଯୋଗ(କେସ୍‌ ନଂ୨୭୮) ଆଧାରରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe