ରାତି ଅଧରେ ଫୁଟିଲା ୮ ବୋମା: ଥରିଲା ରାଜଧାନୀ, ୨ ବାଇକ୍‌ରେ ଥିଲେ ୬ ଦୁର୍ବୃତ୍ତ

ପାର୍ବଣ ପୂର୍ବରୁ କମିସନରେଟ୍‌ ପୁଲିସ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ମାତ୍ର ଅପରାଧୀଙ୍କୁ କିଛି ଫରକ ପଡ଼ୁନି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ରାଜଧାନୀ ଛାତିରେ ବୋମାମାଡ଼ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି।

sssfsfsf

ଭୁବନେଶ୍ବର: ପାର୍ବଣ ପୂର୍ବରୁ କମିସନରେଟ୍‌ ପୁଲିସ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ମାତ୍ର ଅପରାଧୀଙ୍କୁ କିଛି ଫରକ ପଡ଼ୁନି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ରାଜଧାନୀ ଛାତିରେ ବୋମାମାଡ଼ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ବଡ଼ଗଡ଼ ଓ କ୍ୟାପିଟାଲ୍‌ ଥାନା ଅଞ୍ଚଳରେ ଘନଘନ ବୋମାମାଡ଼ ହୋଇଛି। ୨ଟି ବାଇକ୍‌ରେ ଥିବା ୬ଜଣ ଦୁର୍ବୃତ୍ତ ଦୁଇ ଦୁଇଟି ଜାଗାରେ ବୋମାମାଡ଼ କରି ଅନାୟାସରେ ଫେରାର ହୋଇଯାଇଛନ୍ତି। ଏହି ବୋମାମାଡ଼ରେ କିଛି ଧନଜବୀନ କ୍ଷତି ହୋଇନଥିଲେ ହେଁ ସାଧାରଣରେ ଆତଙ୍କ ଖେଳିଯାଇଛି। ଦୁଇ ଥାନାର ପୁଲିସ ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ଟା ବେଳେ ଏହି କାଣ୍ଡ ଘଟିଛି। 

ବଡ଼ଗଡ଼ ଥାନା ଗୌତମନଗର ବସ୍ତି ଓ କ୍ୟାପିଟାଲ ଥାନା ଫାଳିକିଆବସ୍ତିରେ ଘନଘନ ବୋମାମାଡ଼ ହୋଇଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ୬ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଚକ୍କର କାଟୁଥିଲେ। ସେମାନେ ପ୍ରଥମେ ଗୌତମନଗର ବସ୍ତିରେ ୫ଟି ବୋମାମାଡ଼ କରିଥିଲେ। ଏହାପରେ ସେମାନେ ଫାଳିକିଆ ବସ୍ତିରେ ୩ଟି ବୋମାମାଡ଼ କରିଥିଲେ। ଘନଘନ ବୋମାମାଡ଼ କାରଣରୁ ଉପୁଜିଥିବା ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସେମାନେ ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। କିନ୍ତୁ ଦୁଇ ଥାନାର ପିସିଆର୍‌ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଛି। ହେଲେ କିଏ, କାହା ଉପରେ ପ୍ରତିଶୋଧ ନେବାକୁ ଏଭଳି ବୋମାମାଡ଼ କରିଛି, ତାହା ପୁଲିସ ସ୍ପଷ୍ଟ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe