ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥ ହଡପ ଅଭିଯୋଗରେ ବ୍ୟବସାୟୀ ନାମରେ ୮ଟି ମାମଲା ରୁଜୁ

ମୋଟ ମାମଲା ୧୩ରେ ପହଞ୍ଚିଲା

ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥ ହଡପ ଅଭିଯୋଗରେ ବ୍ୟବସାୟୀ ନାମରେ ୮ଟି ମାମଲା ରୁଜୁ

ନବରଙ୍ଗପୁର: ପୁଣି ଥରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ହଡପ ଅଭିଯୋଗ ମାମଲା ରେ ଛନ୍ଦି ହୋଇଛନ୍ତି ଉମରକୋଟର ଯୁବ ବ୍ୟବସାୟୀ ସଂଜୀବ ସୁବୁଦ୍ଧି। ଉମରକୋଟ ବ୍ଲକ ତୋହରା ପଞ୍ଚାୟତର କିରାପାଣି ଗ୍ରାମରୁ ଆସିଛି ଏପରି ଅଭିଯୋଗ ମାମଲା। ଏବେ ସେହି ଗ୍ରାମର ୮ ଜଣ ବ୍ୟକ୍ତି ସଂଜୀବ ସୁବୁଦ୍ଧି ନାମରେ ଆବାସ ଅର୍ଥ ହଡପ ଅଭିଯୋଗ ଆଣି ଉମରକୋଟ ଥାନାରେ ଏତଲା ପ୍ରଦାନ କରିଛନ୍ତି। ପୂର୍ବରୁ ଗତ ୮ ତାରିଖ ଦିନ କୁର୍ସି ପଞ୍ଚାୟତର ନୂଆପାରା ଗ୍ରାମର  ୫ ଜଣ ବ୍ୟକ୍ତି ସଂଜୀବଙ୍କ ନାମରେ ଥାନାରେ ଏତଲା ଦେବା ପରେ ସଂଜୀବ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ସଂଜୀବଙ୍କ ନାମରେ ଏବେ ଉମରକୋଟ ଥାନାରେ  କେବଳ ଆବାସ ଯୋଜନା ରେ ଅର୍ଥ ହଡପ ଅଭିଯୋଗ ରେ ମୋଟ ୧୩ ଗୋଟି ମାମଲା ରୁଜୁ ହୋଇଛି।

ଗତ ୧୬ ତାରିଖ ଦିନ ଉମରକୋଟ ବ୍ଲକ ତୋହରା ପଞ୍ଚାୟତର କିରାପାଣି ଗ୍ରାମର ହିରାସିଂ ମାଝୀ, ଲାଲୋ ମାଝୀ, ରାମବତି ମାଝୀ, ସାଧୁ ମାଝୀ, ପ୍ରଭୁଲାଲ ମାଝୀ, ରାମେ ମାଝୀ, ଫୁଲଚନ୍ଦ୍ର ମାଝୀ ଓ କମଳା ମାଝୀ ଉମରକୋଟ ଥାନାରେ ଦେଇଥିବା ଏତଲା ଅନୁଯାୟୀ ସେମାନେ ଗତ ୨୦୧୬-୧୭ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କାର୍ଯ୍ୟାଦେଶ ପାଇଥିଲୁ। ଆମେ  ଆସିବାସୀ ସମ୍ପ୍ରଦାୟ ର ହୋଇଥିବା ରୁ ପକ୍କା ଘର କରିବାର ଧାରଣା ନଥିଲା।  ସେହି ସମୟରେ  ଉମରକୋଟ ସହରର  ସଂଜୀବ ସୁବୁଦ୍ଧି ନାମକ ଜଣେ ବ୍ୟକ୍ତି ଙ୍କ କଥାରେ ରାଜି ହୋଇ ଘର କରିବା ପାଇଁ କହିଥିଲୁ।ସେ ଆମକୁ ଘର କାମ ଶୀଘ୍ର ସାରିଦେବି ବୋଲି କହିଥିଲେ ।

ହିତାଧିକାରୀ ମାନେ କହିବା ଅନୁଯାୟୀ  ଘର କାମ ଆରମ୍ଭ କରିବା ପାଇଁ ସରକାର ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା ଦେଇଥିଲେ ଓ ସେହି ଟଙ୍କାରେ କାମ ଆରମ୍ଭ ହୋଇଥିଲା । ଫାଉଣ୍ଡେସନ ପର୍ଯ୍ୟନ୍ତ କାମ କରିଥିଲେ। ତା ପରେ ଦ୍ୱିତୀୟ କିସ୍ତି ଟଙ୍କା ଟଙ୍କା ଆସିବାରୁ ଆମ ମାନଙ୍କୁ ବ୍ୟାଙ୍କ କୁ ଡାକି ଟଙ୍କା ଉଠାଣ  ଫର୍ମ ରେ ଟିପ  ମାରିବାକୁ କହିଥିଲେ ଓ ସବୁତକ ଟଙ୍କା ନେଇଗଲେ । ତା ପରେ ତାଙ୍କ ଆଉ ଦେଖା ମିଳିନଥିଲା। ତାଙ୍କୁ ଘର ସମ୍ପୂର୍ଣ କରିବାକୁ କହିବାରୁ  ସେମାନଙ୍କୁ ଅସଭ୍ୟ ଭାଷା ରେ ଗାଳି ଗୁଳଜ କରିବା ସହ ବିଭିନ୍ନ ପ୍ରକାର  ଧମକ ଚମକ ଦେଲେ ବୋଲି କହିଛନ୍ତି। କିଛି ପରିବା‌ର ଧାର ଆଣି ଘର କାମ ସାରିଥିବା ବେଳେ ଆଉ କିଛି ପରିବାର ଙ୍କ ଅଧାପାନ୍ତାରିଆ ହୋଇ ରହିଛି।  ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗ କୁ ଆଧାର କରି ଉମରକୋଟ ଥାନାରେ କେସ ନଂ  ୨୬୫,୨୬୬,୨୬୭,୨୬୮,୨୬୯, ୨୭୦,୨୭୧,୨୭୨/୨୧ ଓ ସଂଗୀନ ଦଫା ଲଗାଇ  ସଂଜୀବ ସୁବୁଦ୍ଧି ଙ୍କ ନାମରେ ଏତଲା ଦାଏର କରଛି ଉମରକୋଟ ପୁଲିସ । ଏହି ମାମଲା ନେଇ ଉମରକୋଟ ଏସଡିପିଓ ନିଜେ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe