ଭୁଲ୍‌ ଚିକିତ୍ସାରେ ଛାତ୍ରଙ୍କ ମୃତ୍ୟୁ

ଭୁଲ୍‌ ଚିକିତ୍ସାରେ ଛାତ୍ରଙ୍କ ମୃତ୍ୟୁ

ରାଜନଗର : ଆଜି ରାଜନଗର ବ୍ଲକ ବାଲିକଣା ଗାଁର ମେଘନାଦ ବାରିକଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷର ପୁଅ ସୁବ୍ରତ କ୍ୱାକ୍‌ଙ୍କ ଭୁଲ୍‌ ଚିକିତ୍ସା ଯୋଗୁଁ ପ୍ରାଣ ହରାଇଛନ୍ତିି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି କ୍ୱାକ୍‌ଙ୍କୁ ଗିରଫ କରିଛି।

ରାଜନଗର ବ୍ଲକ ଓସ୍ତିଆ ପଂଚାୟତ ବାଲିକଣା ଗାଁର ମେଘନାଦ ବାରିକଙ୍କ ପୁଅ ସୁବ୍ରତଙ୍କୁ ଜ୍ୱର ହୋଇଥିଲା। ଆଜି ସକାଳ ପ୍ରାୟ ୮ ଘଟିକା ସମୟରେ ସୁବ୍ରତଙ୍କୁ ତାଙ୍କ ବାପା ଚିକିତ୍ସା ପାଇଁ ଗାଁରେ ଥିବା ପଶ୍ଚିମବଙ୍ଗର କ୍ୱାକ୍‌ ଇନ୍ଦ୍ରଜିତ୍‌ ବିଶ୍ୱାସଙ୍କ ପାଖକୁ ନେଇଥିଲେ। ଇନ୍ଦ୍ରଜିତ୍‌ ସୁବ୍ରତଙ୍କୁ ସଙ୍ଗେ ସଙ୍ଗେ ଗୋଟିଏ ଇଂଜେକ୍‌ସନ୍‌ ଦେଇଥିଲେ। ଇଂଜେକ୍‌ସନ ନେବା ପରେ ସୁବ୍ରତ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ସଂଗେ ସଂଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣବ କୁମାର ଶୁକ୍ଳା ସୁବ୍ରତଙ୍କୁ ମୃତ ଘୋଷଣା କରିଥିଲେ। ସୁବ୍ରତଙ୍କୁ ମୃତ୍ୟୁଘୋଷଣା କରାଯିବା ପରେ ସ୍ଥାନୀୟ ଲୋକେ କ୍ୱାକ୍‌ଙ୍କୁ କାବୁ କରି ରାଜନଗର ଥାନାରେ ଜିମା ଦେଇଥିଲେ। ମୃତ ଛାତ୍ରଙ୍କ ବାପା ମେଘନାଦ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କ୍ୱାକ୍‌ ଇନ୍ଦ୍ରଜିତ୍‌ ବିଶ୍ୱାସଙ୍କୁ ଗିରଫ କରାଯାଇଛି ବୋଲି ରାଜନଗର ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe