ଏମ୍‌ସରେ ୮ ଜଣ ରୋଗୀଙ୍କୁ କରୋନା!

Advertisment
ବଢ଼ୁଛି ତୃତୀୟ ଲହର ଚିନ୍ତା: ଶିଶୁଙ୍କ ପାଇଁ ଏମ୍‌ସରେ ୧୪ ଆଇସିୟୁ, ୬୦ ଶଯ୍ୟାର ବ୍ୟବସ୍ଥା

Twitter

ଭୁବନେଶ୍ବର : ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ୮ଜଣ ରୋଗୀ କରୋନା ଆକ୍ରାନ୍ତ ହୋଇଛନ୍ତି। ରୋଗୀମାନେ ପଲମୋନାରି ମେଡିସିନ୍‌ ବିଭାଗରେ ଚିକିତ୍ସାଧୀନ ଥିଲେ ବୋଲି ଚର୍ଚ୍ଚା ହେଉଛି। ତେବେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଆସନ୍ତାକାଲି ଏ ସଂପର୍କରେ ଘୋଷଣା ହୋଇପାରେ। ଏହା ପୂର୍ବରୁ ଏମ୍‌ସ ଭୁବନେଶ୍ବରର ୭ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ଚିକତ୍ସିତ ହେବାକୁ ଆସିଥିବା ରୋଗୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଏମ୍‌ସ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। କେବଳ ସେତିକି ନୁହେଁ, ବିଭିନ୍ନ ରୋଗର ଚିକିତ୍ସା‌ ପାଇଁ ପ୍ରତିଦିନ ଶହ ଶହ ରୋଗୀ ଏମ୍‌ସ ଆସୁଥିବାରୁ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe