ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି, ୫୯ ଯାତ୍ରୀ ସୁରକ୍ଷିତ

ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି, ୫୯ ଯାତ୍ରୀ ସୁରକ୍ଷିତ

ମାଲକାନଗିରି/ବ୍ରହ୍ମପୁର/ଭୁବନେଶ୍ବର : ଓଡ଼ିଶାର ଗଞ୍ଜାମରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟକୁ ଯାଉଥିବା ବସ୍ ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ୮ଜଣଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ମୃତ୍ୟୁ ସଂଖ୍ୟା ୭ ଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉଜଣଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହାଛଡ଼ା ଏହି ବସରେ ଯାତ୍ରା କରୁଥିବା ଅନ୍ୟ ୫୯ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ପୁଲିସ୍ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି।

publive-image

ହସ୍ତଗତ ସୂଚନା ଅନୁସାରେ, ଏହି ସମସ୍ତ ଯାତ୍ରୀ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା, ଆସିକା ଓ ଛତ୍ରପୁର ଅଞ୍ଚଳର ଏବଂ ସେମାନେ ଗତକାଲି ରାତି୮ଟାରେ ଉକ୍ତ ବସ୍ ଯୋଗେ ଆସିକାରୁ ଗୁଜରାଟର ସୁରତ ଯାତ୍ରା ଆରମ୍ଭ କରିଥିଲେ।

publive-image

ଛତିଶଗଡ଼ର ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ିରେ ବସର ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ପ୍ରାଣହାନି ଘଟିଥିଲା ବେଳେ ଅନ୍ୟ ୨ଜଣ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଓ ପ୍ରବାସୀ ଶ୍ରମିକ।  ଏଯାବତ୍ ମୃତକମାନଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ନିକଟସ୍ଥ ଆମ୍ବେଦକର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସରେ ୬୦ରୁ ୭୦ ଜଣ ଯାତ୍ରୀ ଥିବାର ସୂଚନା ରହିଛି। ଦୁର୍ଘଟଣାଗ୍ରସ୍ତ ବସର ନାମ ‘ଶିବାଂଶ’ ଓ ଏହାର ନମ୍ବର ଏନଏଲ୍ ୦୩ ବି ୦୯୮୭।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe