ଜଙ୍ଗଲି କନ୍ଦା ଖାଇ ପରିବାରର ୮ ଡାକ୍ତରଖାନାରେ

Advertisment
ଜଙ୍ଗଲି କନ୍ଦା ଖାଇ ପରିବାରର ୮ ଡାକ୍ତରଖାନାରେ

ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ମାଲିପଡ଼ା ଗ୍ରାମରେ ଜଙ୍ଗଲି କନ୍ଦା ଖାଇ ଗୋଟିଏ ପରିବାରର ୮ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଠାକ୍ତରଖାନାରେ ଭର୍ତ୍ତି କରା ଯାଇଛି।

ସୂଚନା ପ୍ରକାରେ ମାଲିପଡ଼ା ଗ୍ରାମର ବାଡ଼ିଆ ପରିବାର ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ କରି ପାଇଁ ଯାଇଥିବା ବେଳେ ଜଙ୍ଗଲି କନ୍ଦା ମଧ୍ୟ ସଂଗ୍ରହ କରି ଆଣିଥିଲେ। ପ୍ରତିଦିନ ପରି ଆଜି ମଧ୍ୟ ଆଣି କନ୍ଦା ରୋଷେଇ କରି ସନ୍ଧ୍ୟାରେ ଖାଇଥିଲେ। କନ୍ଦା ଖାଇବା ପରେ ପରେ ପରିବାର ଜଣକ ପରେ ଜଣେ ସୁମନ୍ତ, ପ୍ରଶାନ୍ତ, କାବେରୀ, ସୁଭଦ୍ରା, ସାଇନ୍ଦ୍ର, ସଙ୍ଗୀତା, ଗୁଲାପି ଓ ପ୍ରେମଶିଲା ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି କରିଥିଲେ। ପଡ଼ୋଶୀ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିବା ବେଳେ ଗୁରୁତର ହେଲେ ବାଲିଗୁଡ଼ା ପଠାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe