କାଲିମେଳା/ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ସ୍ଥିତ ସାବେରୀ ବିଦ୍ୟାପୀଠରେ ପଶି ଯାଇଥିବା ଗୋଟିଏ ଅଜଗର ସାପକୁ ଆଜି ଉଦ୍ଧାର କରାଯାଇଛି। ୮ଫୁଟ ଲମ୍ବା ଏହି ଅଜଗର ସାପଟି ବିଦ୍ୟାପୀଠ ପରିସରରେ ରହିଥିବା ବୁଦୁବୁଦିଆ ସ୍ଥାନରେ ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ଶିକ୍ଷକମାନେ ଏହା ଦେଖି ସ୍ଥାନୀୟ ଲୋକଙ୍କୁ ଡ଼ାକିଥିଲେ। ଏହାପରେ ଉକ୍ତ ଅଜଗର ସାପକୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ବର୍ତମାନ ବର୍ଷା ଦିନ ଚାଲୁଥିବାରୁ ଏହି ଅଜଗର ସାପଟି ନିକଟସ୍ଥ ଜଙ୍ଗଲରୁ ବିଦ୍ୟାଳୟ ପରିସରକୁ ପଶି ଆସିଥିବା ଅନୁମାନ କରାଯାଉଛି। ଆଜି ଶନିବାର ଥିବାରୁ ବିଦ୍ୟାଳୟ ଛୁଟି ହେବାପରେ ସାପଟିକୁ ଉଦ୍ଧାର କରାଯାଇଥିଲା।
ସାବେରୀ ବିଦ୍ୟାପୀଠରୁ ଅଜଗର ଉଦ୍ଧାର
Advertisment
Follow Us