ABC News
କଲମପୁର: କଲମପୁର ବ୍ଲକ ମିନଗୁର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ମହୁମାଛି ଆକ୍ରମଣରେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡା. ସମ୍ବିତ ମହାନ୍ତି ସୂଚନା ଦେଇଛନ୍ତି।
ଶୁକ୍ରବାର ସକାଳ ୧୦ଟାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ହେମଲତା ବଣୁଆ, ସହାୟିକା ହେମା ମାଝୀଙ୍କ ସମେତ ଗାଁର ହିରେକ ମାଝୀ, ଚାନ୍ଦିନୀ ସାମରଥ, ହରେଶ ମାଝୀ, ଚନ୍ଦ୍ର ମାଝୀ, ଇନାୟକ ଖାଁ ଏବଂ ଜୁନାଗଡ଼ ବ୍ଲକ୍ ଦାସିଗାଁର କୁନ୍ତଳା ହରିପାଲ ଓ ହରେକୃଷ୍ଣ ହରିପାଲ ଏକାଠି ହୋଇ କଲମପୁର ସ୍ୱାସ୍ଥ୍ୟ ଶିବିରରେ ଯୋଗଦେବା ପାଇଁ ଯିବାକୁ ବାହାରୁଥିଲେ। ଏହି ସମୟରେ ମହୁମାଛି ଆକ୍ରମଣ କରିବାରୁ ସେମାନେ ଗୁରୁତର ହୋଇଥିଲେ।
Follow Us