କାଠ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ

Advertisment

ବନ କର୍ମଚାରୀଙ୍କୁ ଗୋଡ଼ାଇଗୋଡ଼ାଇ ପିଟିଲେ, ରେଞ୍ଜର୍‌ଙ୍କ ସମେତ ୮ ଆହତ

ବନ କର୍ମଚାରୀଙ୍କୁ ଗୋଡ଼ାଇଗୋଡ଼ାଇ ପିଟିଲେ, ରେଞ୍ଜର୍‌ଙ୍କ ସମେତ ୮ ଆହତ

କାଠ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ

ପୋଲସରା/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଘୁମୁସୁର ବନଖଣ୍ଡ ଅର୍ନ୍ତଗତ ପୋଲସରା ରେଞ୍ଜ୍‌ ଅଞ୍ଚଳରେ ଚାଲିଛି କାଠମାଫିଆଙ୍କ ରାଜ୍‌। ଶାଗୁଆନ ଓ ଶାଳ ଗଣ୍ଡି ଚୋରାଚାଲାଣ ହେଉଛି। ଏହାର ପ୍ରତିରୋଧ କରିବାକୁ ଯାଇ ଆଜି ବନ କର୍ମଚାରୀଙ୍କୁ ମାଫିଆଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ପୋଲସରା ରେଞ୍ଜର ରେମଶ ଚନ୍ଦ୍ର ସାହୁଙ୍କ ମୁଣ୍ଡ ଫାଟିଥିବାବେଳେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସହିତ ୮ଜଣ ବନ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ବନ ବିଭାଗ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି। ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ପରିବ୍ୟାପ୍ତ ବରବରା ଜଙ୍ଗଲରୁ ୧୪ଟି ଶାଳଗଣ୍ଡି ପୋଢ ଦ୍ବାରା ପୋଲସରା ଚିରିକିପଡା ଅଞ୍ଚଳକୁ ଆସୁଥିବା ବନ ବିଭାଗକୁ ଖବର ମିଳିଥିଲା। ସଂଧ୍ୟା ୭ଟାରେ ଖବର ମିଳିବା ବେଳକୁ ପୋଲସରା ରେଞ୍ଜର୍‌ ଶ୍ରୀ ସାହୁ ତାଙ୍କ କର୍ମଚାରୀଙ୍କ ସହ ପାଟ୍ରୋଲିଂ କରିଥିଲେ। କାଠ ପହଞ୍ଚିବା କ୍ଷଣି ସେମାନେ ଏହାକୁ ଜବତ କରିଥିଲେ। ମାତ୍ର, ଏହି ସମୟରେ ୨୦ରୁ ଉର୍ଦ୍ଧ୍ବ କାଠମାଫିଆ ସଂଗଠିତ ହୋଇ ବନବିଭାଗ ଟିମ୍‌ ଉପରେ ଆକ୍ରମଣ କରିଥିଲେ। କାଠଫାଳିଆରେ ବନ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ। କାଠମାଫିଆଙ୍କ ସମ୍ମୁଖରେ ଅସହାୟ ହୋଇପଡିଥିଲା ବନବିଭାଗ ଟିମ୍‌। କାଠମାଫିଆଙ୍କ ଆକ୍ରମଣରେ ରେଞ୍ଜର ଶ୍ରୀ ସାହୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍ଗୀନ ହୋଇ ପଡିବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି। ବନ କର୍ମଚାରୀ ଉମାକାନ୍ତ ହୋତା, କମ୍ବୁପାଣି ଗୌଡ, ଧୃବ ଦଳେଇ, ଅଶୋକ ପ୍ରଧାନ, ରାମକୃଷ୍ଣ ସ୍ବାଇଁ, ରବି ପଟ୍ଟନାୟକ, ଶିବରାମ ଗୌଡ ଓ ସନ୍ତୋଷ ପ୍ରଧାନ ଆ‌ହତ ହୋଇଛନ୍ତି। ଅନ୍ୟପକ୍ଷରେ ବନ କର୍ମଚାରୀ ଉମାକାନ୍ତ ଦାସ ବୁଧବାର ସନ୍ଧ୍ୟାରେ ପୋଲିସରା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ୨୪୨/୧୮ ନମ୍ବର କେଶ ରୁଜୁ କରିଛି। ୨ଜଣ କାଠ ମାଫିଆଙ୍କୁ ଅଟକ ରଖି ପଚରାଉଚରା କରୁଛି। ବୁଧବାର ଡିଏଫ୍‌ଓ ଆଶିଷ କୁମାର ବେହେରା ଏବଂ ଏ.ସି.ଏଫ୍‌ ବି.ବି.ବେହେରା ଘଟଣା ସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe