୮ ମାସ ହେଲା ମିଳିନି ଦରମା, ଧାରଣାରେ ବସିଲେ ଗ୍ରାମରକ୍ଷୀ

୮ ମାସ ହେଲା ମିଳିନି ଦରମା, ଧାରଣାରେ ବସିଲେ ଗ୍ରାମରକ୍ଷୀ

ବାଲେଶ୍ବର: ୮ ମାସ ହେଲା ଧରମା ମିଳିନି। ଭୋକଉପାସରେ ଜୀବନ କାଟୁଛୁ। ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନାହାନ୍ତି। ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏସ୍‌ପିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ଜାଣିଛନ୍ତି। ଏବେ ପରିବାର ଚଳିବା ମୁସ୍କିଲ ହୋଇଗଲାଣି। ଜିଲ୍ଲାର ୧୯ଟି ଥାନାର ଗ୍ରାମରକ୍ଷୀ ଦରମା ନ ପାଇ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ମାସକୁ ମାତ୍ର ୧୮ ଶହ ଟଙ୍କା ଦରମା ପାଉଥିବା ବେଳେ ଏହାକୁ ବନ୍ଦ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଆଜି ପୁଲିସ ଲାଇନ୍‌ ପଡ଼ିଆରେ ଧାରଣାରେ ବସିଥିବା ଗ୍ରାମରକ୍ଷୀମାନେ ‌ନିଜର କ୍ଷୋଭ ପ୍ରକାଶ କରିଥିଲେ।

ଆସନ୍ତା ସାତ ଦିନ ଭିତରେ ଦରମା ନ ମିଳିଲେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ। ଗ୍ରାମରକ୍ଷୀ ଶଙ୍କର୍ଷଣ ରଣା, ଯୁଧିଷ୍ଠିର ଜେନା, ତ୍ରିଲୋଚନ ବେହେରା, ଆଲିମ ଖାଁ, ମନୋରଂଜନ ବେହେରା, ରାମଚନ୍ଦ୍ର ମହାଳିକ, ହରେକୃଷ୍ଣ ବେହେରା, କାର୍ତ୍ତିକ ଚନ୍ଦ୍ର ବାରିକ, ହରିଶ୍ଚନ୍ଦ୍ର ମଣ୍ଡଳ, ଗୌରାଙ୍ଗ ମହାଳିକ, ଅଶୋକ କୁମାର ପାତ୍ର, ଶ୍ରୀକାନ୍ତ ପାତ୍ର, ମହେଶ୍ବର ଧଳ, ଭଗବାନ ଦାସ, ଭାସ୍କର ଜେନା, ବାସୁଦେବ ଦାସ, ଦିବାକର ପାତ୍ର, ଅନନ୍ତ କୁମାର ଗିରି, ଦେବେନ୍ଦ୍ର ସେଠୀ, ଶିବ ମହାଳିକ, ପ୍ରମୋଦ ମହାନ୍ତି ପ୍ରମୁଖ ଧାରଣା‌ରେ ବସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe