କମିସନରେଟ ପୁଲିସ ହାତରେ ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ୍‌: ୨ ଅଭିଯୁକ୍ତ ଗିରଫ, ୮ଟି‌ ଚୋରା ବାଇକ୍‌ ଜବତ

Advertisment
କମିସନରେଟ ପୁଲିସ ହାତରେ ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ୍‌: ୨ ଅଭିଯୁକ୍ତ ଗିରଫ, ୮ଟି‌ ଚୋରା ବାଇକ୍‌ ଜବତ

ଭୁବନେଶ୍ବର: କମିସନରେଟ ପୁଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରୁ ଚୋରି କରୁଥିବା ବାଇକ ଲୁଟେରା ଗ୍ୟାଙ୍ଗର ୨ ଜଣ ସଦସ୍ୟ ଗିରଫ ହୋଇଛନ୍ତି। ଏଥି ସହିତ ପୁଲିସ ୮ଟି ଚୋରା ବାଇକ୍‌ ଓ ୮ଟି ମୋବାଇଲ ମଧ୍ୟ ଜବତ କରିଥିବା ଜଣାପଡ଼ିଛି। ୨ ଜଣ ବାଇକ ଲୁଟେରା ହେଲେ ରାଜା ଓରଫ ନିରଞ୍ଜନ ନାୟକ ଓ ରବି ଓରଫ ରବୀନ୍ଦ୍ର ବେହରୋ।

ସୂଚନା ଅନୁସାରେ ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରୁ ସୁଯୋଗ ଦେଖି ବାଇକ୍‌ ଓ ମୋବାଇଲ ଚୋରି କରୁଥିଲେ। ଜନଗହଳିପୂର୍ଣ୍ଣ ସ୍ଥାନରୁ ସୁଯୋଗ ଦେଖି ଏହି ଚୋର ଗୋଷ୍ଠୀର ସଦସ୍ୟମାନେ କୌଶଳ କ୍ରମେ ବାଇକ୍‌ ଚୋରି ଥିଲେ। ସେହିପରି ଏକାକୀ ଯାଉଥିବା ତଥା ଅବହେଳିତ ଭାବେ ରାସ୍ତା ଯିବା ସମୟରେ ମୋବାଇଲରେ କଥା ହେଉଥିବା ଲୋକଙ୍କୁ ଲୁଟେରାମାନେ ଟାର୍ଗେଟ କରୁଥିଲେ। ଚୋରି ବାଇକ୍‌ ଓ ମୋବାଇଲକୁ ଲୁଟେରାମାନେ କମ୍‌ ଦରରେ ବିକ୍ରି କରୁଥିଲେ।

ବାଇକ୍‌ ଓ ମୋବାଇଲ ଚୋରି ନେଇ କମିସନରେଟ ପୁଲିସ ଅନ୍ତର୍ଗତ ବିଭିନ୍ନ ଥାନାରେ ଏତଲା ହୋଇଥିଲା। ପୁଲିସ ଅଭିଯୋଗକୁ ଭିତ୍ତି କରି ଚୋରକୁ ଗିରଫ କରିବା ଏବଂ ଚୋରି ଜିନିଷ ଠାବ କରିବା ପାଇଁ ନିଜର ଉଦ୍ୟମ ଜାରି ରଖିଥିଲା। ନୟାପଲ୍ଲୀ ପୁଲିସ କହିଛି ଯେ, ୨ ଜଣ ଲୁଟେରା ଓ ୩ ଜଣ ରିସିଭରଙ୍କୁ ଗିରଫ ହୋଇଛନ୍ତି। ଏହି ଲୁଟେରାମାନଙ୍କ ନାଁରେ କମିସନରେଟ ପୁଲିସର ବିଭିନ୍ନ ଥାନାରେ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe