ଅପରାହ୍ନରେ ପରୀକ୍ଷା ଦେଲେ ୮ ଜଣ ପରୀକ୍ଷାର୍ଥୀ

Advertisment
ଅପରାହ୍ନରେ ପରୀକ୍ଷା ଦେଲେ ୮ ଜଣ ପରୀକ୍ଷାର୍ଥୀ

ଅନୁଗୁଳ : ଅନୁଗୁଳ ସହରର ନାଲକୋନଗର ଡିପିଏସ୍‌ ଓ ବଅଁରପାଳର ନାରାୟଣୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ‌ଟେକ୍ନୋଲୋଜିରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ନାଲକୋନଗରରେ ଡିପିଏସ୍‌ରେ ୨୬୨ ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ହୋଇଥିଲା। ପୂର୍ବାହ୍ନ ୧୦ଟାରେ ୨୬୨ ଜଣଙ୍କ ମଧ୍ୟରୁ ୨୩୬ ଜଣ ପରୀକ୍ଷା ଦେଇଥିଲେ। ତେବେ ଅପରାହ୍‌ଣ ୧ଟାରେ ଆଉ ୩ ଜଣ ପିଲା ସେଠାରେ ପରୀକ୍ଷା ଦେବାକୁ ପହଞ୍ଚିଥିଲେ। ସେମାନଙ୍କ ଆଡମିଟ୍‌ କାର୍ଡରେ ରିପୋର୍ଟିଂ ଟାଇମ୍ ଅପରାହ୍ନ ୧ଟା ୩୦ ଓ ପରୀକ୍ଷା ସମୟ ୨ଟାରୁ ୫ ପର୍ଯ୍ୟନ୍ତ ଉଲ୍ଲେଖ ରହିଥିଲା। ଏନେଇ ପରୀକ୍ଷା କେନ୍ଦ୍ର କର୍ତୃପକ୍ଷ ଦ୍ବନ୍ଦ୍ବରେ ପଡ଼ିବା ସହ ପରୀକ୍ଷା ପରିଚାଳନା କରୁଥିବା ଏନ୍‌ଟିଏ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ସେମାନଙ୍କଠାରୁ ଅନୁମତି ନେଇ ଅପରାହ୍ନରେ ଉକ୍ତ ୩ ଜଣଙ୍କ ପାଇଁ ପରୀକ୍ଷା ଆୟୋଜନ କରାଯାଇଥିଲା ବୋଲି ଡିପିଏସ୍‌ର ଅଧ୍ୟକ୍ଷ ବି.କେ. ମିଶ୍ର କହିଛନ୍ତି।

ସେହିପରି ନାରାୟଣୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟରିଂ ଆଣ୍ଡ ‌ଟେକ୍ନୋଲୋଜିରେ ପୂର୍ବାହ୍ନ ୧୦ଟାରେ ୭୨୦ ଜଣ ପିଲା ପରୀକ୍ଷା ଦେବା ଲାଗି ବ୍ୟବସ୍ଥା ହୋଇଥିଲା। ତେବେ ୬୫୨ ଜଣ ପରୀକ୍ଷା ‌ଦେଇଥିଲେ। ଅପରାହ୍ନରେ ପରୀକ୍ଷା ଦେବାକୁ ୫ ଜଣ ଛାତ୍ରଛାତ୍ରୀ ପହଞ୍ଚିଥିଲେ। ଏଠାରେ ବି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନ୍‌ଟିଏ କତୃର୍ପକ୍ଷଙ୍କ ସହିତ ଆଲୋଚନା କରାଯାଇ ଉକ୍ତ ୫ ପରୀକ୍ଷାର୍ଥୀଙ୍କ ପାଇଁ ଅପରାହ୍‌ଣ ୨ଟାରେ ପରୀକ୍ଷା ଆୟୋଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe