୮ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତ

Advertisment

ସୁପ୍ରିମ୍‌କୋର୍ଟ ଗତକାଲି ବିଚାରପତି ନିଯୁକ୍ତିରେ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ବ‌ାରମ୍ବାର ସୁପାରିସ ସତ୍ତ୍ବେ ନିଯୁକ୍ତି ହୋଇନଥିବା ବିଚାରପତିଙ୍କ ତାଲିକା ମାଗିଥିଲେ।

ସୁପ୍ରିମ୍‌କୋର୍ଟ ଗତକାଲି ବିଚାରପତି ନିଯୁକ୍ତିରେ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ବ‌ାରମ୍ବାର ସୁପାରିସ ସତ୍ତ୍ବେ ନିଯୁକ୍ତି ହୋଇନଥିବା ବିଚାରପତିଙ୍କ ତାଲିକା ମାଗିଥିଲେ।

fdfhfhth

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ୮ଟି ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟ ଗତକାଲି ବିଚାରପତି ନିଯୁକ୍ତିରେ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ବ‌ାରମ୍ବାର ସୁପାରିସ ସତ୍ତ୍ବେ ନିଯୁକ୍ତି ହୋଇନଥିବା ବିଚାରପତିଙ୍କ ତାଲିକା ମାଗିଥିଲେ। ଆଜି କେନ୍ଦ୍ର ସରକାର ୮ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି।  ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ଏବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି।  ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜୀବ ଶକଧେର ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଛନ୍ତି।  ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ 
ନୀତିନ ମଧୁକର ଜାମଦାର କେରଳ ହାଇକୋର୍ଟର ବିଚାରପତି ନିଯୁକ୍ତ ‌ହୋଇଛନ୍ତି।

ବମ୍ବେ ହାଇକୋର୍ଟର ବିଚାରପତି କେ ଆର ଶ୍ରୀରାମ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି।   କଲିକତା ହାଇକୋର୍ଟର ବିଚାରପତି ଇନ୍ଦ୍ର ପ୍ରସନ୍ନ ମୁଖାର୍ଜୀ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି।  ଜମ୍ମୁ କଶ୍ମୀର ଏବଂ ଲଦାଖ ହାଇକୋର୍ଟର ବିଚାରପତି ତାଶି ରବସ୍ତାନ ଏହାର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସୁରେଶ କୁମାର କୈତ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଛନ୍ତି।   ହିମାଚଳପ୍ରଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ଏମଏସ୍‌ ରାମଚନ୍ଦ୍ର ରାଓ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି।  କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ଏକ୍ସରେ ଏହି ନିଯୁକ୍ତି ସଂକ୍ରାନ୍ତ ପୋଷ୍ଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe