ଆଇପିଏଲ୍‌ ବେଟିଂ କରି ୮ ଯୁବକ ଅଟକ, ୨୬ ହଜାର ଟଙ୍କା ଓ ୧୧ ମୋବାଇଲ୍‌ ଜବତ

ଆଇପିଏଲ୍‌ ବେଟିଂ କରି ୮ ଯୁବକ ଅଟକ, ୨୬ ହଜାର ଟଙ୍କା ଓ ୧୧ ମୋବାଇଲ୍‌ ଜବତ

Twelfth Man Times

ବାଲେଶ୍ୱର : ଏପଟେ ଉପନିର୍ବାଚନୀ ମାହୋଲ ସାଙ୍ଗକୁ ସେପଟେ ଆଇପିଏଲ୍‌ ଫାଇନାଲ୍‌। ବାଲେଶ୍ୱରର ପାଣିପାଗକୁ ବେଶ ସରଗରମ କରିଛି। ନିର୍ବାଚନ ଗଣତିରେ ପୁଲିସ ବ୍ୟସ୍ତତା ସୁଯୋଗ ନେଇ ସହରରେ ଜୁଆଡ଼ି ସକ୍ରିୟ ହୋଇ ଉଠିଛନ୍ତି। ସହରରେ ଥିବା ବିଭିନ୍ନ ହୋଟେଲ୍‌ରେ ଆଡ୍ଡା ଜମାଇଛନ୍ତି। ବେଟିଂରେ ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଇଛନ୍ତି।

publive-image OdishaTV

ଖବର ପାଇ ମଙ୍ଗଳବାର ରାତି ପାଖାପାଖି ୯ଟା ସମୟରେ କ୍ରାଇମ୍‌ ଡିଏସ୍‌ପିଙ୍କ ନେତୃତ୍ବରେ ସହଦେବଖୁଣ୍ଟା ଥାନା ପୁଲିସର ଟିମ୍‌ ଷ୍ଟେସନ ନିକଟ ଏକ ହୋଟେଲ୍‌ରେ ଚଢ଼ାଉ କରିଥିଲା। ସେଠାରୁ ୮ ଯୁବକଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୨୬ ହଜାର ଟଙ୍କା ଓ ୧୧ ଟି ମୋବାଇଲ୍‌ ଜବତ କରିଛି। ପରେ ସେମାନଙ୍କୁ ସେଠାରୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରାଯାଉଛି। ସେମାନଙ୍କ ସହ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe