ବୋହି ନେଲେ ୮୦ କୋଟି ଟଙ୍କାର ମଦ, ଲକ୍‌ଡାଉନ୍‌ ପୂର୍ବରୁ ମଦ ପାଇଁ ପାଗଳ

Advertisment

କରୋନା ଅଛି ବୋଲି ଭୁଲିଗଲେ, ଚୋରା ମଦ ବେପାରୀଙ୍କ ହାତରେ ନକଲି ମଦ!

କରୋନା ଅଛି ବୋଲି ଭୁଲିଗଲେ, ଚୋରା ମଦ ବେପାରୀଙ୍କ ହାତରେ ନକଲି ମଦ!

ବୋହି ନେଲେ ୮୦ କୋଟି ଟଙ୍କାର ମଦ, ଲକ୍‌ଡାଉନ୍‌ ପୂର୍ବରୁ ମଦ ପାଇଁ ପାଗଳ

ଭୁବନେଶ୍ବର: ଚାରିଆଡ଼େ ମାଡ଼ିଗଲାଣି କରୋନା। ସବୁଆଡ଼େ ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମଣ। ଏହାକୁ ଆଖି ଆଗରେ ରଖି ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍। ଗୋଟିଏ ପଟେ ଜୀବନଜୀବିକା ପାଇଁ ମଣିଷକୁ ସଂଘର୍ଷ କରିବାକୁ ପଡ଼ୁଛି। କିନ୍ତୁ ଅନ୍ୟପଟରେ ମଦ ପାଇଁ ଲୋକ ପାଗଳ ହୋଇ ଯାଇଛନ୍ତି। ଲକ୍‌ଡାଉନ୍‌ରେ ମଦ ଦୋକାନ ବନ୍ଦ ରହୁଥିବା ବେଳେ ଆଗୁଆ ପେଟି ପେଟି ମଦ ବୋହି ନେଇଛନ୍ତି ଲୋକ। ଆଜି ରାଜଧାନୀର ବିଭିନ୍ନ ମଦ ଦୋକାନ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରିକି କେତେକ ମଦ ଦୋକାନ ଆଗରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। କେବଳ ରାଜଧାନୀ ଭୁବନେଶ୍ବର ନୁହେଁ, କଟକ, ପୁରୀ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସମେତ ପ୍ରାୟ ସବୁ ସହର ଓ ଜିଲ୍ଲାରେ ଥିଲା ସମାନ ଅବସ୍ଥା। ମଦ ଦୋକାନ ଆଗରେ ଲାଗିଥିଲା ଲମ୍ବା ଲାଇନ୍। ପୁଲିସ ଜଗିଥିଲେ ମଧ୍ୟ କିଛି ଫରକ୍ ପଡ଼ି ନ ଥିଲା।

ମିଳିଥିବା ସୂଚନା ଅନୁସାରେ, ସାଧାରଣ ଦିନରେ ରାଜ୍ୟରେ ଦିନକୁ ପ୍ରାୟ ୩୦ କୋଟି ଟଙ୍କାର ମଦ ବିକ୍ରି ହୁଏ। କିନ୍ତୁ ଗତ ଦୁଇଦିନ ଧରି ୪୦ କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି ହେଉଛି। ଅର୍ଥାତ ଦିନକୁ ପ୍ରାୟ ୧୦ରୁ ୧୨ କୋଟି ଟଙ୍କାର ମଦ ଅଧିକ ବିକ୍ରି ହେଇଥିବା ଜଣାପଡ଼ିଛି। ମଦ କିଣିବା ପରିମାଣର କୌଣସି ପ୍ରତିବନ୍ଧକ ନ ଥିବାରୁ ଲୋକ ବୋହି ନେଇ ଯାଇଛନ୍ତି। ଧନୀଠାରୁ ଆରମ୍ଭ କରି ଗରିବ, ଦିନ ମଜୁରିଆଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ନିଜ ନିଜ ସାମର୍ଥ୍ୟ ଅନୁସାରେ ସେମାନେ ମଦ କିଣିଥିଲେ। କିଏ କାର୍‌ରେ ତ ଆଉ କିଏ ବାଇକ୍ ଓ ସାଇକେଲର ମଦ ବୋହି ନେଇଥିବା ଦେଖିବାକୁ ମିଳିଥିଲା।

ଚୋରା ମଦ ବେପାରୀ ପେଟି ପେଟି ମଦ ବୋହି ନେଇଛନ୍ତି। ଲକଡାଉନ୍ ସମୟରେ ସେମାନେ ଚଢ଼ା ଦରରେ ବିକ୍ରି କରିବେ ବୋଲି ଜଣାପଡ଼ିଛି। ଖାଲି ସେତିକି ନୁହେଁ; ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଉପକଣ୍ଠରେ ପ୍ରସ୍ତୁତ ହେଉଥିବା କିଛି ନକଲି ମଦ ମଧ୍ୟ ଚୋରା ବେପାରୀ ଆଣି ଗଚ୍ଛିତ ରଖିଛନ୍ତି। ସେମାନଙ୍କ ପାଖରେ କେତେକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ବିଦେଶୀ ମଦ ରହିଛି। ଲକଡାଉନ୍ ସମୟରେ ବିଭିନ୍ନ ଅଞ୍ଚଳରେ ବେପାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେମାନେ ପୁଲିସ ଓ ଅବକାରୀ ସ୍କାନରକୁ ଆସୁଛନ୍ତି କି ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe