ହାଇୱା ଧକ୍କାରେ ୮୦ ଛେଳି ମୃତ

୨ ଗୁହାଳରୁ ନେଇଗଲେ ୧୭ ଛେଳି

DeshGujarat

ଓଡ଼ଗାଁ : ଅଚାନକ ମାଡ଼ି ଆସିଲା ହାଇୱା ଆଉ ନେଇଗଲା ୮୦ରୁ ଊର୍ଦ୍ଧ୍ବ ଛେଳିଙ୍କ ଜୀବନ। ଏଭଳି ଛାତିଥରା ଦୃଶ୍ୟ ଓଡ଼ଗାଁ ଥାନା ବାହାଡ଼ାଝୋଲା-ଓଡ଼ଗାଁ ରାସ୍ତାରେ ଘଟିଛି। ଘଟଣା ଘଟିବା ପରେ ରାସ୍ତାସାରା ରକ୍ତର ସୁଅ ବୋହିଯାଇଛି। ଏଣେତେଣେ ମଲା ଛେଳି ସବୁ ପଡ଼ିରହିଥିବାବେଳେ କିଛି ବ୍ୟକ୍ତି ଅନେକ ମଲା ଛେଳିକୁ ବୋହି ନେଇଥିଲେ। ଆଉ କିଛି ବ୍ୟକ୍ତି ଠିଆହୋଇ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖୁଥିଲେ। ଘଟଣା ଘଟାଇ ହାଇୱା ଡ୍ରାଇଭର୍‌ କୁଆଡ଼େ ଚମ୍ପଟ ମାରିଥିଲା ବେଳେ ପୁଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।

publive-image

ଘଟଣାରୁ ପ୍ରକାଶ, ରାତି ପୂରା ଶୂନ୍‌ଶାନ୍। ଓଡ଼ଗାଁ ନିକଟସ୍ଥ ଶୁଳିଆ ଜଙ୍ଗଲରୁ ନିଜ ଗାଁ ଗୌଡ଼ପୁଟ ଗୋଲାସାହିର ସୁବାସ ପାତ୍ର, ପୁଅ ରାଜେନ୍ଦ୍ର ପାତ୍ର ଓ ଛେଳି ଚରାଳି ଗୋବିନ୍ଦ ବାରିକ ଦୁଇଶହ ଛେଳି ଧରି ଫେରୁଥିଲେ। ଦୁଇମାସ ତଳେ ଛେଳି ନେଇ ଶୁଳିଆ ଜଙ୍ଗଲରେ ରଖିବା ପରେ ଗତକାଲି ସେଠାରୁ ଛେଳି ଧରି ନିଜ ଗାଁକୁ ଫେରୁଥିଲେ। ଓଡ଼ଗାଁ ବାହାଡ଼ାପିଠା ନିକଟରେ ଏକ ହାଇୱା (ଓଡ଼ି୨୫ଜି ୭୨୯୨) ଓଡ଼ଗାଁରୁ ବାହାଡ଼ାଝୋଲା ପଟକୁ ଯାଉଥିବା ସମୟରେ ଏକକାଳୀନ ୮୦ ଛେଳିକୁ ଚାପି ଦେଇଥିଲା। ସୁବାସ, ରାଜେନ୍ଦ୍ର ଓ ଛେଳିଚରାଳି ଅଳ୍ପକେ ବର୍ତ୍ତି ଯାଇଥିଲେ। ରାତି ପ୍ରାୟ ୧୨ଟାରୁ ୧୨ଟା ୩୦ ମିନିଟ୍ ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇ ଚାଳକ ହାଇୱା ଛାଡ଼ି କୁଆଡ଼େ ଚମ୍ପଟ ମାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe