ବାମନାଳ: ପୁରୀଜିଲ୍ଲା ନିମାପଡା ଅବକାରୀ ପୁଲିସ ପକ୍ଷରୁ ପାଟପୁର ଗ୍ରାମର ତ୍ରିନାଥ ମନ୍ଦିରଠାରେ ବୁଧବାର ମଧ୍ୟାହ୍ନ ଗୋଟାଏରେ ଚଢ଼ଉ କରାଯାଇ ଜଣେ ଅଭିଯୁକ୍ତକୁ ଗିରଫ କରି ତାଙ୍କ ନିକଟରୁ ୮୦ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ବିପ୍ଳବ ନାୟକ ବୋଲି ଜଣା ପଡିଛି।
ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ନିମାପଡା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ପୃକ୍ତ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ଗିରଫ କରିଥିଲେ।
ଅଧିକ ପଢ଼ନ୍ତୁ: ଗୋରୁ ଗୁହାଳକୁ ଘାସ ଦେବାକୁ ଯିବା ହେଲା କାଳ: ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା
ତାଙ୍କ ବିରୁଦ୍ଧରେ ନିମାପଡା ଅବକାରୀ ଥାନାରେ କେସ ନଂ: ୩୮/୨୫-୨୬ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପକାରାଗାରକୁ ପଠାଇ ଦିଆଯାଇଛି।
ଜବତ ବ୍ରାଉନ ସୁଗାରର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଚଢ଼ାଉରେ ଅବକାରୀ ଏ ଏସ ଆଇ ସନ୍ତୋଷ କୁମାର ମହାରଣା, କର୍ମଚାରୀ ତପନ ପ୍ରଧାନ, ଶେଖ୍ ୱାରିସ,ସବିତା ସାହୁ ପ୍ରମୁଖ ସାମିଲ ଥିଲେ।
ଅଧିକ ପଢ଼ନ୍ତୁ: ବାହାଘରର ୪ବର୍ଷ ପରେ ପୂରା ହେଲା ସ୍ବପ୍ନ; ବନିଲେ ଆଇଏଏସ
puri | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/28/P2Lw1bvosxa8XOaHqZ3Q.jpg)