ବଢ଼ୁଛି ଗଞ୍ଜେଇ ଚାଲାଣ : ଭୁବନେଶ୍ବରରୁ ଚାଇଁବସା ଭାୟା ଯାଜପୁର

Advertisment

୮୦ କେଜି ଗଞ୍ଜେଇ ଜବତ, ୩ ଗିରଫ

୮୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ବଢ଼ୁଛି ଗଞ୍ଜେଇ ଚାଲାଣ : ଭୁବନେଶ୍ବରରୁ ଚାଇଁବସା ଭାୟା ଯାଜପୁର

ଚମ୍ପୁଆ : ଦିନକୁ ଦିନ ଗଂଜେଇ କାରବାର ବୃଦ୍ଧି ପାଉଛି। ଚେର ଲମ୍ବିଛି ଚାଇଁବସା। ଭୁବନେଶ୍ବର ଭାୟା ଯାଜପୁର। ଆଜି ଚମ୍ପୁଆ କଲେଜ ନିକଟରୁ ଏକ କାରକୁ ଗୋଡ଼େଇ ଧରିବା ପରେ ସେଥିରୁ ୮୦ କେଜି ଗଂଜେଇ ଜବତ ହୋଇଛି। କାରରେ ଥଥିବା ୩ ଜଣଙ୍କୁ ପୁଲିସ ଗିରଫ କରି ପଚରାଉଚରା ଚଳାଇଛି। ଅଭିଯୁକ୍ତମାନେ ହେଲେ ରାଜଧାନୀ ଭୁବନେଶ୍ବରର। ପ୍ରାପ୍ତ ସୂଚନା ଅନୁସାରେ, ଚମ୍ପୁଆ ପୁଲିସ ଗତକାଲି ରାତିରେ ଚମ୍ପୁଆ କଲେଜ ନିକଟରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ରିମୂଳୀ ପଟୁ ଏକ ଟାଟା ଇଣ୍ଡି‌ଗୋ (ଓଆର୍-୦୨-ବିଏମ୍-୩୩୧୧) କାର୍‌ ଚମ୍ପୁଆ ଆଡ଼କୁ ଯାଉଥିଲା। ପୁଲିସ କାର୍‌ଟିକୁ ଯାଞ୍ଚ କରିବା ପାଇଁ ଅଟକାଇବାକୁ ଉଦ୍ୟମ କରିଥିଲା। ହେଲେ କାର୍‌ଟି ଅଟକି ନଥିଲା। ଦ୍ରୁତଗତିରେ ପଳାଇ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ପଶି ଆସିବାରୁ କାର୍‌ଟି ଆଉ ଆଗକୁ ଯାଇପାରି ନଥିଲା। ପୁଲିସ ଗାଡ଼ି ଯାଞ୍ଚ କରିବାରୁ ଭିତରୁ ୪ଟି ବ୍ୟାଗରେ ୮୦ କେଜି ଗଞ୍ଜେଇ ମିଳିଥିଲା। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର ଆଲୋକ କୁମାର ପଟେଲ ଓ ଏସଡିପିଓ ସୁବୋଧ ମଲ୍ଲିକଙ୍କ ଉପସ୍ଥିତିରେ ସେଗୁଡ଼ିକୁ ଜବତ କରାଯାଇଛି। ଗାଡ଼ିରେ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭୁବନେଶ୍ବର ଝାରପଡ଼ାର ଦୀପୁ ଦାସ, ୟୁନିଟ ୬ ଗଙ୍ଗନଗରର କୃପାସିନ୍ଧୁ ନାୟକ ଓ ଶିରିପୁରର ପ୍ରଶାନ୍ତ ନାୟକ। ସେମାନଙ୍କୁ ଥାନାକୁ ନେଇ ପୁଲିସ ପଚରା ଉଚରା କରୁଛି। କାର୍‌ରେ ଭୁବନେଶ୍ବରରୁ ଝାଡ଼ଖଣ୍ଡର ଚାଇଁବାସାକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe