ପୃଥକ୍‌ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ୮୦ ଲକ୍ଷ ଠକେଇ: ନୋଟିସ୍‌ ପରେ ନୋଟିସ୍‌ ପଠାଉଛି ଗୁଜୁରାଟ ସାଇବର୍‌ ପୁଲିସ

Advertisment

ସୋର ଥାନାର ଦ୍ବାରସ୍ଥ ହେଲେ ଉପାୟଶୂନ୍ୟ ଯୁବକ

ସୋର ଥାନାର ଦ୍ବାରସ୍ଥ ହେଲେ ଉପାୟଶୂନ୍ୟ ଯୁବକ

ସାଇବର ଠକଙ୍କ ପୁଲିସ ଅବତାର: କେବେ ସିବିଆଇ ତ କେବେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ

english.telugustop.com

ସୋର: ଜଣେ ଯୁବକଙ୍କୁ ମୋହରା ବନାଇ ସାଇବର୍‌ ଠକେଇ ହୋଇଛି। ତାଙ୍କ ନାମରେ ଖୋଲାଯାଇଥିଲା ଦୁଇ ଦୁଇଟି ଆକାଉଣ୍ଟକୁ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର ବେଆଇନ କାରବାର କରାଯାଇଛି। ଏପରି ସମୟରେ ପକ୍ଷ ରଖିବାକୁ ସଂପୃକ୍ତ ଯୁବକଙ୍କୁ ସାଇବର୍‌ ପୁଲିସ ନୋଟିସ୍‌ ପରେ ନୋଟିସ୍‌ ପଠାଉଥିବା ବେଳେ କିଛି ଉପାୟ ନପାଇ ଯୁବକ ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ।

ସୂଚନା ଅନୁସାରେ; ସୋର ଥାନା ଅଧୀନ ବାଇନଣ୍ଡା ମଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ କୁମାର ମାଝୀ ସ୍ନାତକ ଶେଷ କରିଛନ୍ତି। ଉଚ୍ଚଶିକ୍ଷା ପାଇଁ ତାଙ୍କର ଟଙ୍କା ଆବଶ୍ୟକତା ଥିଲା। ତେଣୁ ସେ ବ୍ୟାଙ୍କରୁ ଲୋନ୍‌ କରି କରି ପାଠ ପଢ଼ିବା ପାଇଁ ଯୋଜନା କରିଥିଲେ। ତେବେ ଏହି ସମୟରେ ବାହାନଗା ବ୍ଲକ୍‌ ଖରାସାହାପୁର ଅଞ୍ଚଳର ଜ୍ୟୋତିରଞ୍ଜନ ନାୟକ ଲୋନ୍‌ ମିଳିବାକୁ ସହଜ ହେବ କହି ତାଙ୍କ ନାମରେ ଗତ ବର୍ଷ ଜୁଲାଇ ମାସ ବାଲେଶ୍ୱର ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଏବଂ ସୋର ଫେଡେରାଲ୍‌ ବ୍ୟାଙ୍କରେ ପୃଥକ୍‌ ଆକାଉଣ୍ଟ ଖୋଲା କରାଇଥିଲେ। ପ୍ରଶାନ୍ତ ବିଶ୍ବାସ କରି ଉଭୟ ଆକାଉଣ୍ଟର ଚେକ୍‌ବୁକ୍‌ ଜ୍ୟୋତିରଞ୍ଜନଙ୍କୁ ଦେଇଦେଇଥିଲେ। ହେଲେ ପରେ ଉକ୍ତ ଆକାଉଣ୍ଟ ଓ ଚେକ୍‌ବୁକ୍‌ଗୁଡ଼ିକୁ ବ୍ୟବହାର କରି ବିଭିନ୍ନ ଉପାୟରେ ଏକାଧିକ ଲୋକ ଓ ସଂସ୍ଥାକୁ ଠକାଯାଇଥିଲା। ଯାହା ଜଣାପଡ଼ିଛି; ଉଭୟ ଆକାଉଣ୍ଟରେ ମୋଟ ୮୦ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏପରି ସମୟରେ ଗତ ଅକ୍ଟୋବର ମାସ ୭, ୧୧, ୧୪ ଓ ୧୬ ଏବଂ ନଭେମ୍ବର ମାସ ୨୧ ତାରିଖରେ ଗୁଜୁରାଟ ପୁଲିସ ସହ ବିଭିନ୍ନ ବ୍ୟବସାୟିକ ସଂସ୍ଥାରୁ ପ୍ରଶାନ୍ତଙ୍କ ପାଖକୁ ଠକେଇ ବାବଦ ନୋଟିସ୍‌ ଆସିଥିଲା ଏବଂ ପକ୍ଷ ରଖିବାକୁ କୁହାଯାଇଥିଲା। ସବୁ ଘଟଣା ଜାଣିବା ପରେ ପ୍ରଶାନ୍ତ ଚିନ୍ତାରେ ପଡ଼ିଥିଲେ। ତେବେ କିଛିଦିନ ହେବ ଗୁଜୁରାଟ ସାଇବର୍‌ ପୁଲିସ ପ୍ରଶାନ୍ତଙ୍କୁ ବାରମ୍ବାର ନୋଟିସ୍‌ କରିଆସୁଥିବା ବେଳେ ସେ କିଛି ଉପାୟ ପାଇ ନଥିଲେ। ଶେଷରେ ବାଧ୍ୟହୋଇ ପ୍ରଶାନ୍ତ ସୋର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଅଭିଯୋଗପତ୍ର ଗ୍ରହଣ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe