ବିଦେଶୀ ମଦ ବୋଝେଇ ବୋଲେରୋ ଜବତ, ଦୁଇ ବିହାରୀ ଯୁବକ ଗିରଫ

Advertisment
ବିଦେଶୀ ମଦ ବୋଝେଇ ବୋଲେରୋ ଜବତ, ଦୁଇ ବିହାରୀ ଯୁବକ ଗିରଫ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପୁଲିସ ମଙ୍ଗଳବାର ରାତି ୧୦ଟା ସମୟରେ ଏକ ବିଦେଶୀ ମଦ ବୋଝେଇ ବୋଲେରୋ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁନୀଲ କୁମାର ଯାଦବ (୨୫) ଓ ଜିତେନ୍ଦ୍ର କୁମାର ସିଂ (୩୬)।

ପୁଲିସ ସୂତ୍ରାନୁସାରେ ମଙ୍ଗଳବାର ରାତିରେ ଜିଲ୍ଲାର ଝରିଗାଁ ବିୟରବାରରୁ ସୁନୀଲ କୁମାର ଯାଦବ ଏବଂ ଜିତେନ୍ଦ୍ର କୁମାର ସିଂ ନାମକ ଦୁଇ ଜଣ ବ୍ୟକ୍ତି ଏକ ‌ବୋଲେରୋ (ଓାର୨୪ଏ ୯୧୭୪)ରେ ଚନ୍ଦାହାଣ୍ଡି ଥାନା ଅଂଚଳରେ ଗ୍ରାମାଞ୍ଚଳର ମଦକୋଚିଆମାନଙ୍କୁ ଯୋଗାଇବା ପାଇଁ ବିଦେଶୀ ମଦ ଆଣୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦେଶ କ୍ରମେ ଏସ ଆଇ ସମୀର ପ୍ରଧାନ ହାବିଲଦାର ବିଦ୍ୟୁତ କୀର୍ତନିଆ ଝରିଗାଁ ଚନ୍ଦାହାଣ୍ଡି ରାସ୍ତାରେ ଗାଡିକୁ ଜବତ କରିଥିଲେ। ପୁଲିସ ଗାଡିରେ ଥିବା ୧୦ପେଟି ବିଦେଶୀ ମଦ ବୋତଲକୁ ଜବତ କରିଥିଲା।  ଜବତ ବିଦେଶୀ ମଦ ୮୦ ଲିଟରରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ କହିଛି। ଗିରଫ ଦୁଇ ଜଣ ଅଭିଯୁକ୍ତ ବିହାର ରାଜ୍ୟ ୱାରଙ୍ଗଳର ବୋଲି ପୁଲିସ ପ୍ରକାଶ କରିଛି। ଏମାନେ ଚନ୍ଦାହାଣ୍ଡି ଅଂଚଳରେ ବେଆଇନ ମଦ କୋଚିଆ ଚଳାଉ ଥିଲେ। ଲୋକଙ୍କୁ ଯୋଗାଇବା ପାଇଁ ଝରିଗାଁ ବିୟର ବାରରୁ ବିଦେଶୀ ମଦ ଆଣୁଥିଲେ ପୁଲିସ ପ୍ରକାଶ କରିଛି।  ଆଜି ଦୁଇ ଅଭିଯୁକ୍ତ ସୁନୀଲ ଏବଂ ଜିତେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣାର ଅଧିକା ତଦନ୍ତ ଏସ ଆଇ ଶିବ ପ୍ରସାଦ ମହାନ୍ତି ଚଳାଇଛନ୍ତି।

publive-image

ପ୍ରକାଶ ଥାଉକି ଚନ୍ଦାହାଣ୍ଡି ବ୍ଲକରେ ୫ଟି ଦେଶୀ ମଦ ଭାଟି ରହିଛି। ଏଥି ସହ ଚନ୍ଦାହାଣ୍ଡି ସଦରରେ ରହିଛି ଗୋଟିଏ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ। ଏହା ସତ୍ୱେ ଚନ୍ଦାହାଣ୍ଡି ଅଞ୍ଚଳକୁ କେଉଁ ହିସାବରେ ଝରିଗାଁରୁ ବିଦେଶୀ ମଦ ଆସୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe