ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ୱର ଜଗିବେ ୮୦ ପ୍ଲାଟୁନ ଫୋର୍ସ, ୪୦୦ରୁ ଊର୍ଦ୍ଧ୍ବ ଅଧିକାରୀ

Advertisment
ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ୱର ଜଗିବେ ୮୦ ପ୍ଲାଟୁନ ଫୋର୍ସ, ୪୦୦ରୁ ଊର୍ଦ୍ଧ୍ବ ଅଧିକାରୀ

ଭୁବନେଶ୍ବର: ରାତି ପାହିଲେ ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯିବ। ବିଶ୍ବକପରେ ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପ୍ରସ୍ତୁତ ରହିଛି। ଭୁବନେଶ୍ୱରରେ ୮୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୪୦୦ରୁ ଊର୍ଦ୍ଧ୍ବ ଅଧିକାରୀ ମୁତୟନ ହେବେ। ଶେଷ ପର୍ଯ୍ୟାୟ‌ରେ ପ୍ରସ୍ତୁତି କେମିତି ଚାଲିଛି, ସେନେଇ ପୁଲିସ କମିସନର ଆଜି ବୁଲି ଦେଖିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ପୁଲିସ ଅଧିକାରୀଙ୍କୁ ଡିସିପି ପ୍ରତୀକ ସିଂ ତାଲିମ ଦେଇଛନ୍ତି।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୁରକ୍ଷା ବ୍ୟବସ୍ଥାର ସମ୍ମିଳନୀ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆସନ୍ତାକାଲି (ଶୁକ୍ରବାର) ଠାରୁ ହକି ବିଶ୍ଵକପ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ୱରରେ ମଧ୍ୟ ଶୁକ୍ରବାର ଦୁଇଟି ମ୍ୟାଚ ଅଛି। ଦ୍ଵିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ବକପର ଆୟୋଜନ କରିଛି, ଯାହାକି ଆମ ପାଇଁ ଗର୍ବର ବିଷୟ। ବିଦେଶ ଖେଳାଳି କିଭଳି ନିଆରା ଅନୁଭୂତି ନେଇ ଫେରିବେ ସେ ଦିଗରେ ଯତ୍ନବାନ ହେବୁ। ଯେଉଁମାନେ ଖେଳ ଦେଖିବାକୁ ଆସିବେ ତାଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି। ଟିମ ଆସିବା ଠାରୁ ଆରମ୍ଭ କରି, ରହିବା, ଯିବା ଆସିବା କରିବା, ବୁଲିବାକୁ ଯିବା ପାଇଁ ଆବଶ୍ୟକ ପୁଲିସ ବ୍ୟବସ୍ଥା ହୋଇଛି। କିଭଳି ସୁରୁଖୁରୁରେ ସବୁ ହେବ ସେ ବ୍ୟବସ୍ଥା ହୋଇଛି। ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ସମୟରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ଭିଡ଼ ହେବାର ଆଶଙ୍କା ରହିଛି। ସହରରେ ‘ଡଟ୍‌ ଫେଷ୍ଟ’ ମଧ୍ୟ ହେବ। ସେଥିପାଇଁ ମଧ୍ୟ ପୁଲିସ ବନ୍ଦୋବସ୍ତ ହୋଇଛି। କିଭଳି ଲୋକେ ‌ମନୋରଂଜନ କରିବେ ସେ ନେଇ ପ୍ରସ୍ତୁତ ହେଇଛୁ। ଭଲ ଆତିଥେୟତା କିଭଳି ଦେଇ ହେବ ସେନେଇ ଚେଷ୍ଟା କରିବା, ଟ୍ରାଫିକ ବନ୍ଦୋବସ୍ତ ଭଲ ଭାବେ କରାଯାଇଛି।

publive-image

ଡିସିପି କହିଛନ୍ତି ଯେ, ଟ୍ରାଫିକ ଡିସିପିଙ୍କ ତତ୍ୱବଧାନ ରହିଛି। ପ୍ରାୟ ୭୫ ରୁ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଅଫିସରଙ୍କ ସଂଖ୍ୟା ୪୦୦ ରହିବ। ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ମୁତୟନ ହେବେ। ଖେଳାଳିଙ୍କ ପାଇଁ ବିମାନବନ୍ଦରରେ ନିୟୋଜିତ ହେବେ ଜଣେ ଅତିରିକ୍ତ ଡିସିପି, ଦୁଇ ଜଣ ଏସିପି, ୪ ଜଣ ଇନ୍ସପେକ୍ଟର ଓ ୧୦୩ ଜଣ ପୁଲିସ କର୍ମଚାରୀ। ହୋଟେଲ ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି, ୯ ଇନ୍ସପେକ୍ଟର ଓ ସମୁଦାୟ ୧୮ ପ୍ଲାଟୁନ ଫୋର୍ସ। କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହେବେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ । ଏହା ସହ ଓଡ୍ରାଫ, ଅଗ୍ନିଶମର ଟିମ ରହିବ। ଟ୍ରାଫିକ ଦାୟିତ୍ବରେ ୩ ଜଣ ଏସିପି, ୬ ଜଣ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପ୍ରଚେଷ୍ଟା ରହିବ ଉଚ୍ଚମାନର ପୁଲିସିଙ୍ଗ ଦେଖେଇବୁ। ଗତଥର ଅନେକ ସୁନାମ ପାଇଥିଲୁ ଆମେ। ଲ ଆଣ୍ଡ ଅର୍ଡର, ସୁରକ୍ଷା, ଟ୍ରାଫିକ, ପାର୍କିଂ ଉପରେ ସବୁଠାରୁ ଅଧିକ ଧ୍ୟାନ ଦିଆଯିବ। ଡଟ୍ ଫେସ୍ଟ ପାଇଁ ମଧ୍ୟ ପୁଲିସ ବ୍ୟବସ୍ଥା କରାଯାଇଛି। ନାଇଟ ବଜାର ପାଇଁ ମଧ୍ୟ କମିସନରେଟ ପୁଲିସ ପକ୍ଷରୁ ଭଲ ବ୍ୟବସ୍ଥା କରାଯାଇଛି। ଆଜି ସବୁ ପୁଲିସ ଅଧିକାରୀଙ୍କୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe