ସିମ୍‌ ମରାମତି ନାଁରେ ଠକିନେଲେ ୮୦ ହଜାର

Advertisment
ସିମ୍‌ ମରାମତି ନାଁରେ ଠକିନେଲେ ୮୦ ହଜାର

viator and The Economic Times

ରାଉରକେଲା: ମରାମତି ସିମ୍‌କୁ ବ୍ୟବହାର କରି ଠକିନେଲେ ୮୦ ହଜାର ଟଙ୍କା। ଏମିତି ଘଟଣା ଘଟିଛି ନୂଆଗାଁ ବ୍ଲକ ସୋରଡାରେ। ଠକାମିରେ ଶିକାର ଝାଡ଼ଖଣ୍ଡ ମନୋହରପୁରର ଜିଡାନ୍‌ ଲୁଗୁନ ବିଶ୍ରା ଥାନାରେ ଲିଖିତ ଏତଲା ଦେଇଛନ୍ତି। ଯୁବକଙ୍କ ଲିଖିତ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡ ମନୋହରପୁରର ଜିଡାନ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗସ ସୋରଡାର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।

କିଛି ଦିନ ରହିବା ପରେ ତାଙ୍କ ମୋବାଇଲ ସିମ୍‌ ଅଚଳ ହୋଇଯାଇଥିଲା। ମରାମତି କରିବାକୁ ସୋରଡାରେ ଏକ ମୋବାଇଲ ଦୋକାନରେ ଦେଇଥିଲେ। ଦୋକାନୀ କିନ୍ତୁ ସିମ୍‌କୁ ମରାମତି କରି ପାରି ନଥିଲେ। ସେହି ନମ୍ବରରେ ଏକ ନୂଆ ସିମ୍‌ ନେବାକୁ ଜିଡାନ୍‌କୁ କହିଥିଲେ। ଦୋକାନୀଙ୍କ କହିବାନୁଯାୟୀ ଜିଡାନ୍‌ ନୂଆ ସିମ୍‌ ନେଇଥିଲେ। କିଛି ସମୟ ପରେ ତାଙ୍କ ମୋବାଇଲକୁ ମେସେଜ୍‌ ଆସିଥିଲା। ଦୁଇଟି କିସ୍ତିରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର କରି ୮୦ ହଜାର ଟଙ୍କା କଟି ଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଏ ସଂକ୍ରାନ୍ତରେ ଦୋକାନୀଙ୍କୁ ପଚାରିଥିଲେ। ମାତ୍ର ଦୋକାନୀ ଜଣକ କୌଣସି ସନ୍ତୋଷଜନକ ଉତ୍ତର ନ ଦେବାରୁ ତାଙ୍କର ସନ୍ଦେହ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe