ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ମାରି ୮୦ ହଜାର ଲୁଟ୍‌

Advertisment
ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ଥାନା ମଙ୍ଗଳାମୁଣ୍ଡା ଛକ ନିକଟରେ ରାଜୀବ ଲୋଚନ ବିଶି ନାମକ ଜରେ ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ମାରି ତାଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଏନେଇ ପୁଇନ୍ତଳା ଡ଼ାତା ପୁଲିସ ଏକ ମାମଲ ରୁଜୁ କରି ତଦନ୍ତ କରୁଛି।

ପୁଲିସର ସୂଚନା ଅନୁସାରେ, ଭାରତ ଫାଇନାନ୍ସ କମ୍ପାନିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କନପଡ଼ାର ଗାଁର ରାଜୀବ କାମ କରୁଛନ୍ତି। ଶନିବାର ଋଣଟଙ୍କା ଆଦାୟ କରି ବାଇକ୍‌ରେ ଫେରୁଥିବା ସମୟରେ ପୁଇନ୍ତଳା ଥାନା ମଙ୍ଗଳାମୁଣ୍ଡା ଛକ ନିକଟରେ ହଠାତ୍‌ ବାଇକ୍‌ରେ ତିନିଜଣ ଲୁଟେରା ଆସି ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ। ରାଜୀବ ତଳେ ପଡ଼ିଯିବା ପରେ ତାଙ୍କଠାରୁ ଟଙ୍କା, ପର୍ସ ଓ ମୋବାଇଲ ଲୁଟ୍‌କରି ଫେରାର୍‌ ମାରିଥିଲେ। ଏନେଇ ସେ ପୁଇନ୍ତଳା ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe