ବନ୍ୟା ବିତ୍ପାତ: ନିରାକାରପୁରରେ ୮ଶହ ହେକ୍ଟର ଚାଷଜମି ଜଳମଗ୍ନ, ଗାଁରେ ପଶିଲା ପାଣି

ବନ୍ୟା ବିତ୍ପାତ: ନିରାକାରପୁରରେ ୮ଶହ ହେକ୍ଟର ଚାଷଜମି ଜଳମଗ୍ନ, ଗାଁରେ ପଶିଲା ପାଣି

ନିରାକାରପୁର: ବିଗତ ଦିନରେ ରାଜ୍ୟରେ ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି। ଫଳରେ ନିକଟସ୍ଥ ତଳ ମୁଣ୍ଡରେ ଅବବାହିତ ରାଜୁଆ, ଦୟା ଓ ମକରା ନଦୀରେ ପ୍ରବଳମାତ୍ରରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ଲେଉଟାଣି ବନ୍ୟା ଜଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଦ୍ୱାରା ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତ ଅଧିନସ୍ଥ ହିରିମୂଳ ଗ୍ରାମଟି ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଗାଁ ଭିତରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ରାସ୍ତାଟି ସମ୍ପୂର୍ଣ ରୂପେ ବୁଡ଼ିଯାଇ ବନ୍ୟାଜଳର ସୂଅ ଛୁଟିଛି। ଲୋକେ ଘରୁ ପଦାକୁ ବାହାରିବା ଏକପ୍ରକାର ମୁସ୍କିଲ ହୋଇପଡିଛି। ଆଗକୁ ବନ୍ୟା ପରିସ୍ଥିତି ଭୟଙ୍କର ହେବାର ଆଶାଥିବାରୁ ୩୫ପରିବାରର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ଅନ୍ୟପଟରେ ଚଳିତବର୍ଷ ନିଅଣ୍ଟିଆ ମୌସୁମୀ ବର୍ଷା କାରଣରୁ ସ୍ଥାନୀୟ ଚାଷୀକୁଳ ଅନେକ ପରିଶ୍ରମକରି ଧାନ ତଳି ପକାଇଥିଲେ। ହେଲେ ଗଜାଧାନ କ୍ଷେତରେ ବନ୍ୟାଜଳ ବୁଡି ରହିଥିବା ଯୋଗୁଁ ବର୍ଷକ ଦାନାର ଏଭଳି ଅବସ୍ଥାଦେଖି ଚାଷୀକୁଳ ଚିନ୍ତାରେ ପଡ଼ିଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି। ବିଶେଷକରି ସ୍ଥାନୀୟ ଓରବରସିଂ, ଦିହଖଳା, ଦୁର୍ଗାପୁର, ହିରିମୂଳ, ଲେଖନପୁର, ଓରମୀ, ଓରକୁଳ ଆଦି ମୌଜାରେ ହୋଇଥିବା ପ୍ରାୟ ୮ଶହ ହେକ୍ଟରରୁ ଊର୍ଦ୍ଧ୍ବ ଚାଷଜମି ଏବେ ଜଳମଗ୍ନଥିବା ଜଣାପଡିଛି।

publive-image

ସୂଚନାଯୋଗ୍ୟ କି ଏହା ଜିଲ୍ଲାର ଏକମାତ୍ର ତଳିଆ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏଥିରୁ ବଞ୍ଚିତ ହେବାକୁ ହେଲେ ସ୍ଥାନୀୟ ପଞ୍ଚାୟତବାସୀଙ୍କ ପକ୍ଷରୁ ବାରମ୍ବାର ଘେରିବନ୍ଧ ନିମନ୍ତେ ପ୍ରସ୍ତାବ ଦିଆଯାଉଥିଲେ ସୁଦ୍ଧା କରାଯାଉ ନାହିଁ। ପ୍ରତିବର୍ଷ ଏଭଳି ଦୁର୍ଦଶା ଭୋଗିବାକୁ ପଡୁଥିବା ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି।

ତେବେ ବନ୍ୟା ସମ୍ପର୍କରେ ପୀଡ଼ିତଙ୍କ ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ କିଭଳି ପ୍ରସ୍ତୁତି ହୋଇଥିବା ନେଇ ଖୋର୍ଦ୍ଧାବ୍ଲକ ବିଡ଼ିଓ କ୍ଷୀରବଦୀ ତନୟା ସାହୁଙ୍କୁ ପଚାରିବାରେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ବନ୍ୟା ପୀଡିତଙ୍କ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏପରିକି ଆବଶ୍ୟକସ୍ଥଳେ ଶୁଖିଲା ଖାଦ୍ୟ ଯୋଗାଣଠାରୁ ଆରମ୍ଭକରି ପାନୀୟଜଳ, ମେଡ଼ିସିନ, ଗୋଖାଦ୍ୟ ଆଦି ଯୋଗାଇଦିଆଯିବାର ବ୍ୟବସ୍ଥା ହୋଇଛି। ବନ୍ୟା ବିପନ୍ନମାନେ ଗମନାଗମନ ନିମନ୍ତେ ବୋଟ ଯୋଗାଇ ଦିଆଯିବା ସହ ଅତିଆବଶ୍ୟକ ସ୍ଥଳେ ସ୍ଥାନୀୟ ଲେଖନପୁର ଓ ମାନପୁରଠାରେ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe