ମାଲକାନଗିରିରୁ ରାଜସ୍ଥାନ ଚାଲାଣ ହେଉଥିବା ଗଂଜେଇ ବେଝେଇ ଟ୍ରକ୍‌ ଚିତ୍ରକୋଣ୍ଡାରେ ଜବତ

ମାଲକାନଗିରିରୁ ରାଜସ୍ଥାନ ଚାଲାଣ ହେଉଥିବା ଗଂଜେଇ ବେଝେଇ ଟ୍ରକ୍‌ ଚିତ୍ରକୋଣ୍ଡାରେ ଜବତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ଏସାର କମ୍ପାନି ଛକ ନିକଟରେ ଏକ ଗଂଜେଇ ବୋଝେଇଟ ଟ୍ରକ୍‌ (ଆରଜେ ୦୫ ଜିଆର ୬୦୯୫)କୁ ପୁଲିସ ଜବତ କହିଛି। ରାଜସ୍ଥାନ ଅଭିମୁଖେ ଯାଉଥିବା ପୁଲିସ ଏହି ଟ୍ରକ୍‌ରୁ ୮ କୁଇଣ୍ଟାଲ ଗଂଜେଇ ଜବତ କରିଛି। ଥିବା

ଟ୍ରକ ଭିତରେ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଜାଣିବାକୁ ପାଇଲେ। ସେ କାଳ ବିଳମବ ନ କରି ସଦଳବଳେ ଚଢ଼ାଉ କରି ମାଲବହୀ ଟ୍ରକକୁ ଜବତ କରିଥିଲେ। ଏହି ସମୟରେ ଅନ୍ଧାରର ସୁଯୋଗ ନେଇ ଟ୍ରକକୁ ନେଇ ଯାଉଥିବା ଅଭିଯୁକ୍ତମାନେ ମାଲବାହି ଟ୍ରକଟିକୁ ଛାଡ଼ିଦେଇ ଫେରାର ହୋଇଯାଇଥିଲେ।

ଚିତ୍ରକୋଣ୍ଡା ପୁଲିସ ଆଖ ପାଖ ବହୁ ଖୋଜା ଖୋଜି କରିବା ପରେ ଅଭିଯୁକ୍ତମାନଙ୍କୁ ପାଇ ନଥିଲ। ସେମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ତେବେ ମାଲବାହି ଟ୍ରକଟିକୁ ଚିତ୍ରକୋଣ୍ଡା ପୁଲିସ ଦ୍ୱାରା ଜବତ କରି ଖାନ ତଲାସୀ କରିବା ପରେ ଗାଡି ଭିତରୁ ୨୫ ବ୍ୟାଗ ଗଞ୍ଜେଇ ଜବତ କରିଥିଲା। ଏହାର ଓଜନ ୮ କୁଇଣ୍ଟାଲ ହେବ ବୋଲି ଜଣାପଡିଥିଲା। ଉଭୟ ଟ୍ରକ ସହ ଗଞ୍ଜେଇ ଜବତ କରାଯାଇ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe